ଏଣିକି ‘ତାଜ ମହଲ’ ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ରେମର ପ୍ରତୀକ ଶାହାଜାହାନ-ମୁମତାଜଙ୍କ ସ୍ମାରକପୀଠ ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ପ୍ରବେଶ ଶୁá ଆକାରରେ ୫୦ ଟଙ୍କା ଜାଗାରେ ୨୫୦ ଟଙ୍କା ଦେବାକୁ ପଡିବ । ଏହା ସୋମବାରଠାରୁ ଲାଗୁ ହେବ । ସୋମବାରଠାରୁ ସମଗ୍ର ତାଜ ମହଲ ଭ୍ରମଣ କରିବା ପାଇଁ ଦେଶୀ ପର୍ଯ୍ୟଟକଙ୍କୁ ୨୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୩୦୦ ଟଙ୍କା ଦେବାକୁ ପଡିବ । ସେହିପରି ସାର୍କ ଏବଂ ବିମଷ୍ଟକ ପର୍ଯ୍ୟଟକଙ୍କୁ ୭୪୦ ଟଙ୍କା ଦେବାକୁ ପଡିବ । ତେବେ ପୂର୍ବରୁ ତାଜ ମହଲ ଦେଖିବା ପାଇଁ ଦେଶୀ ପର୍ଯ୍ୟଟକଙ୍କଠାରୁ ୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୧୧୦୦ ଟଙ୍କା ଆଦାୟ କରାଯାଉଥିଲା । ପ୍ରତିଦିନ ପାଖାପାଖି ୩୦ ହଜାରରୁ ଅଧିକ ପର୍ଯ୍ୟଟକ ତାଜମହଲ ଦେଖିବା ପାଇଁ ଦେଶବିଦେଶରୁ ଆସିଥାନ୍ତି । ପୂର୍ବରୁ ଦେଶୀ ପର୍ଯ୍ୟଟକ କମ ଟଙ୍କାରେ ଏହା ଉପଭୋଗ କରି ଯାଉଥିବା ବେଳେ ଏଣିକି ନୂତନ ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।