ଏଣିକି ଅନ୍‌ଲାଇନ୍‌ରେ ହେବ ଓଟିଇଟି ( OTET ) ପରୀକ୍ଷା

ଭୁବନେଶ୍ୱର,୧/୨: ଏଣିକି ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍‍ ବା ଓଟିଇଟି ପରୀକ୍ଷା ଆଉ ଅଫ୍‌ଲାଇନ୍‌ ନୁହେଁ, ଅନ୍‌ଲାଇନ୍‌ରେ ହେବ। ପ୍ରଶ୍ନ ପତ୍ର ଲିକ୍‌ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ପରେ ପରେ ହିଁ ଓଟିଇଟି ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାନେତ୍ରୀ ଜାହାନ ଆରା ବେଗମ୍‌ କହିଛନ୍ତି ।