ଏନିମିଆ ଜାଣିବାର ସ୍ମାର୍ଟ ଉପାୟ

ନୁ୍ୟୟର୍କ ଏଜେନ୍ସି ବୈଜ୍ଞାନିକ ମାନେ ଏକ ସ୍ମାର୍ଟ ଆପ୍‌ର ବିକାଶ କରାଇଛନ୍ତି । ଆପ୍‌ଟି ହେଉଛି ହେମା ଆପ୍‌ । ଏହି ଆପ୍‌ ଦ୍ୱାରା ଏନିମିଆ ତଥା ରକ୍ତହୀନତାର ସମସ୍ୟା ଜାଣିହେବ । ମୁଖ୍ୟ କଥା ହେଉଛି ଏହି ରୋଗ ଜାଣିବା ନିମନ୍ତେ ରକ୍ତ ପରୀକ୍ଷା କରିବାକୁ ପଡିବ ନାହିଁ ବରଂ ଆପ୍‌ ଦ୍ୱାରା ନଖରୁ ଯାଞ୍ଚ କରାଯାଇପାରିବ । ଆମେରିକାର ଏମ୍‌ରି ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆପ୍‌କୁ ଯେ କୌଣସି ବ୍ୟକ୍ତିର ନଖର ଫଟୋ ଉଠାଯାଇ ସଠିକ୍‌ ରୂପେ ଆକଳନ କରାଯାଇପାରିବ ଯେ ରକ୍ତଜନିତ ସମସ୍ୟା ରହିଛି କି ନାହିଁ ? ରକ୍ତରେ ହିମୋଗ୍ଲୋବିନ୍‌ ମାତ୍ରା ଠିକ୍‌ ରହିଛି କି ନାହିଁ? ଏହି ଆପ୍‌ର ବ୍ୟବହାର କ୍ଲିନିକାଲ୍‌ ଡାଇଗ୍ନୋସିସ୍‌ ପରିବର୍ତ୍ତେ ସ୍କ୍ରିନିଙ୍ଗରେ କରିବା ଉଚିତ୍‌ । ଏହି ଆପ୍‌ର ଉପଯୋଗ କେହିବି କରିପାରିବେ । ବିଶେଷତଃ ଗର୍ଭବତୀ ମହିଳାଙ୍କ ପାଇଁ ଏହି ଆପ୍‌କୁ କାର୍ଯ୍ୟକାରୀ କରାଯାଇଛି ।