ଭୁବନେଶ୍ୱର ,୨୭/୩ : ବାଜି ସାରିଛି ନିର୍ବାଚନୀ ବିଗୁଲ । ସାରା ଦେଶ ଅପେକ୍ଷା କରିଛି ଗଣତନ୍ତ୍ରର ଏହି ମହାପର୍ବକୁ । ତେବେ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ସୂର୍ଯ୍ୟଙ୍କ ପ୍ରକୋପ ଉପରେ ଭାରି ପଡିଛି ନିର୍ବାଚନୀ ତାପମାତ୍ରା । ସରଗରମ ହୋଇ ଉଠିଛି ବିଭିନ୍ନ ରାଜନୈତିକ ଦଳର କ୍ୟାମ୍ପ । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ନିଜର ଶକ୍ତି ବୃଦ୍ଧି କରି ଚାଲିଛି ।
ବିଜେପିକୁ ଆହୁରି ଶକ୍ତଶାଳୀ କରିବା ପାଇଁ ଆସନ୍ତା ୨୯ ଏବଂ ୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତ କରିବେ । ସେ ମାର୍ଚ୍ଚ ୨୯ରେ ଜୟପୁର ଆସିବେ ଏବଂ ଏପ୍ରିଲ ୧ ତାରିଖରେ ଆସିବା ପରିବର୍ତ୍ତେ ୨ତାରିଖରେ କଳାହାଣ୍ଡି ସମାବେଶ କରିବେ । ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ୨୬ ତାରିଖରେ ୬ଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ । କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କ ସମେତ ଶିବରାଜ ସିଂ ଚୌହାନ, ଆରକେ ସିଂ, ରାମ ବିଚାର ନେତମ, ସଂଜୟ ପାଶ୍ୱାନ, ଜୟନ୍ତ ସିହ୍ନା ମଧ୍ୟ ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।