ମୁମ୍ବାଇ,4/4 :ଉରି ଆକ୍ରମଣ ଉପରେ ଆଧାରିତ ବଲିଉଡ ଫିଲ୍ମ ‘ଉରି’ ବ୍ଲକବଷ୍ଟର ସାବ୍ୟସ୍ତ ହେବାପରେ ଏବେ ପୁଲୱାମା ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ ନେଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିଷେକ କପୁର। ସଂଜୟ ଲୀଳା ଭଂସାଲିି ଓ ଭୁଷଣ କୁମାର ଏହି ଫିଲ୍ମର ପ୍ରଯୋଜନା କରିବେ ବୋଲି କୁହାଯାଉଛି। ଫିଲ୍ମକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଚଳିତ ବର୍ଷ ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ବାୟୁସେନାର ସାହାସିକତା ଏଥିରେ ଦେଖିବାକୁ ମିଳିବ। ଫିଲ୍ମର ଷ୍ଟାର୍କାଷ୍ଟଙ୍କ ସମ୍ପର୍କରେ ଏଯାଏ କିଛି ଖୁଲାସା ହୋଇନାହିଁ।