ବାଲେଶ୍ୱର, ୧୦/୧୨ : ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅଗ୍ନି-୫ର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଆଜି ଅପରାହ୍ଣ ୧ଟା ୩୦ ବେଳେ ବାଲେଶ୍ୱର ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ସଫଳ ଉତକ୍ଷେପଣ ହୋଇଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ଅଗ୍ନି-୫ ମିଜାଇଲ କ୍ଷେପଣାସ୍ତ୍ର ଭାରତୀୟ ସେନାକୁ ଆହୁରି ମଜବୁତ କରିବ । ୫ ହଜାର କିମିରୁ ୮ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଏହି ମିଶାଇଲ ଶତ୍ରୁ ଦେଶ ପାଇଁ ବିପଦ ସୃଷ୍ଟି କରିବା ସହ ଭାରତୀୟ ସେନାକୁ ଶକ୍ତିଶାଳୀ କରିବ।
୨୦୧୨ ଏପ୍ରିଲ ୧୯ ତାରିଖରେ ଅଗ୍ନି-୫ ମିଶାଇଲର ପ୍ରଥମ ପରୀକ୍ଷଣ ହୋଇଥିଲା। ପରେ ୨୦୧୩ ସେପ୍ଟେମ୍ବର ୧୫, ତୃତୀୟ ୨୦୧୫ ଜାନୁଆରୀ ୩୧, ଚତୁର୍ଥ ଥର ୨୦୧୬ ଡିସେମ୍ବର ୨୬, ପଞ୍ଚମ ପରୀକ୍ଷଣ ଚଳିତବର୍ଷ ଜାନୁୟାରୀ ୧୮ ଏବଂ ଶେଷ ପରୀକ୍ଷଣ ୨୦୧୮ ଜୁନ ୩ରେ ହୋଇଥିଲା।