ଭୁବନେଶ୍ବର,୧୫/୪: ମେ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷାକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତରେ ମଙ୍ଗଳବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବରେ ନୋଟିସ୍ ପ୍ରକାଶ ପାଇଛି। କରୋନା ମୁକାଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ମେ ୩ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ଲକ୍ଷ୍ୟ କରି ଓଜେଇଇ ତା’ର ପୂର୍ବ କାର୍ୟ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି।
ତେବେ ଲକ୍ଡାଉନ୍ ଖୋଲିବା ପରେ ଅନ୍ଲାଇନ୍ ପଞ୍ଜୀକରଣ ଶେଷ ତାରିଖ, ତ୍ରୁଟି ସଂଶୋଧନ, ଆଡମିଟ୍ କାର୍ଡ ଡାଉନ୍ଲୋଡ, ପରୀକ୍ଷା ଏବଂ ଫଳ ପ୍ରକାଶ ସମ୍ବନ୍ଧରେ ପୁନର୍ବାର କାର୍ୟ୍ୟସୂଚୀ ପ୍ରକାଶ ପାଇବ। ତେବେ ଯେ ପର୍ୟ୍ୟନ୍ତ ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ନୂତନ ଆଦେଶନାମା ପ୍ରକାଶ ପାଇନାହିଁ, ସେ ଯାଏଁ ଉକ୍ତ ଆଦେଶନାମା କାର୍ୟ୍ୟକାରୀ କରିବ ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଛି।