ଓଡେଶୀ ସିଟି କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୧୦ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚିବାଳୟ ଠାରେ ଭୁବନେଶ୍ୱରବାସୀଙ୍କ ପାଇଁ କ୍ୟାସଲେସ୍ ପେମେଂଟ ବ୍ୟବସ୍ଥା ସ୍ୱରୂପ ଦି ଓଡେଶୀ ସିଟି କାର୍ଡର ଶୁଭାରମ୍ଭ କରଛନ୍ତି । ବିଏମସି , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ ଦ୍ୱାରା ରାଜଧାନୀବାସୀ ଭୁବନେଶ୍ୱରର ଯେକୌଣସି ସ୍ଥାନରେ କିଣାକିଣି, ସିଟି ବସ୍, ପାର୍କିଂ ଆଦିରେ ପେମେଂଟ କରିପାରିବେ । ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଏହି କାର୍ଡ ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଡ ଭୁବନେଶ୍ୱର ହେରିଟେଜ୍ ସିଟିରୁ ମଡର୍ଣ୍ଣ ଅର୍ବାନ୍ ସହରରେ ପରିଣତ ହେବା ଏବଂ ଟେକ୍ନୋଲୋଜି ଦ୍ୱାରା ସ୍ମାର୍ଟ ସିଟିରେ ପରିଣତ ହେବାକୁ ଦର୍ଶାଉଛି । ଏହି ପଦକ୍ଷେପ ଆସନ୍ତା ପୁରୁଷ ହକି ୱାଲର୍ଡ କପ୍ ସମୟରେ ଭୁବନେଶ୍ୱରକୁ ଶ୍ରେଷ୍ଠ କ୍ରୀଡା ସହର ଭାବେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରାୟଣ ଜେନା , ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।