ଓଡ଼ିଶାରେ ଖୋଲିବ ଆଉ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର,୭/୩ : ରାଜ୍ୟରେ ଆଉ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣପୁରଠାରେ ଏହି ସ୍କୁଲ ପ୍ରତିଷ୍ଠା ହେବ।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା ରାଜ୍ୟରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି।