କଂଗ୍ରେସର ଜାତୀୟ ମୁଖପାତ୍ର ହେଲେ ସାଂସଦ ରଞ୍ଜୀବ ବିଶ୍ଵାଳ

ଭୁବନେଶ୍ଵର,୨୮/୩ :ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ଵାଳଙ୍କୁ ନୂଆ ଦାୟିତ୍ଵ ମିଳିଛି। ରଞ୍ଜୀବ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ସେ କଂଗ୍ରେସର ରାଜ୍ୟସଭା ସାଂସଦ ଅଛନ୍ତି।

ରଞ୍ଜୀବ ୨୦୧୪ରୁ ରାଜ୍ୟସଭାର ସାଂସଦ ଅଛନ୍ତି। ସେ କୋଇଲା ଓ ଶିଳ୍ପର ଷ୍ଟାଣ୍ଡିଂ କମିଟିର ମଧ୍ୟ ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ସେ ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ଅଧ୍ୟକ୍ଷ ଥିଲେ। ସେ ଘରୋଇ କ୍ରିକେଟ୍ ଖେଳିବା ସହିତ ଓଡ଼ିଶା ଓ ୧୯ ବର୍ଷରୁ କମ କ୍ରିକେଟ୍ ଦଳର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ। ସେ ୧୯୯୭ରେ ଘରୋଇ କ୍ରିକେଟରୁ ଅବସର ନେଇଥିଲେ। ଏହା ପରେ ୨୦୦୫ରେ ସେ ଜାତୀୟ ଚୟନକର୍ତ୍ତାରେ ଇଷ୍ଟ ଜୋନରୁ ପ୍ରତିନିଧିତ୍ଵ କରିଥିଲେ। ସେ ୨୦୧୧ ବିଶ୍ଵ କପ ବିଜୟୀ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଦଳର ମ୍ୟାନେଜର ଥିଲେ। ୨୦୧୩ରୁ ୨୦୧୫ ପର୍ୟ୍ୟିନ୍ତ ସେ ଆଇପିଏଲର ଚେୟାରମ୍ୟାନ ଥିଲେ।

ଏହି କ୍ରମରେ ରଞ୍ଜୀବ ୨୦୧୪ ଏପ୍ରିଲରେ ଓଡ଼ିଶାରୁ ରାଜ୍ୟସଭାକୁ ସଦସ୍ୟ ରୂପେ ମନୋନୀତ ହୋଇଥିଲେ । ଏବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି।

SBI_Festive_Digital Billboard