ପୁରୀ,୩/୨ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂରୀରେ ଜନଜାତି ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହାସହ ନବୀନ ପଟ୍ଟନାୟକଙ୍କୁ ସେ କଟୁ ସମାଲୋଚନା କରିଛନ୍ତି । ଭାରତ ମାତା କି ଜୟରୁ ନିଜ ଅଭିଭାଷଣ ଆରମ୍ଭ କରି ଶ୍ରୀ ଅମିତ ଶାହା କହିଛନ୍ତି କି, ମହାପ୍ରଭୁ ଜଗନ୍ନାଥ ଗରିବଙ୍କ ଦେବତା । ସାରା ଦେଶ ଏବଂ ଓଡିଶାର ଦେବତା । ପ୍ରତିଦିନ କୋଟିକୋଟି ଲୋକ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି । ଏହି ଭୂମିରେ ଆଦିବାସୀ ସମ୍ମିଳନୀ କରି ସେ ନିଜକୁ ଧନ୍ୟ ମନେ କରନ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି, ମେ ରେ ପୁଣି ବିଜେପି ସରକାର ଗଠନ ହେବ । ଅନୁସୁଚିତ ଜନଜାତିରୁ ବିଜେପି ନିକଟରେ ୩୨ ସାଂସଦ ଅଛନ୍ତି । ରାଜ୍ୟ ସଭାରେ କୌଣସୀ ଆରକ୍ଷଣ ନାହିଁ କିନ୍ତୁ ବିଜେପି ୪ଜଣ ସଦସ୍ୟଙ୍କୁ ସୁଯୋଗ ଦେଇଛି । ଏହାସହ ସରକାରରେ ୫ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି । ଅରୁଣାଂଚଳ ପ୍ରଦେଶ, ଆସାମରେ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇ ସାରା ଦେଶର ଆଦିବାସୀଙ୍କ କଲ୍ୟାଣ ଚିନ୍ତା କରିଥାନ୍ତି । ଏହି ବିଭାଗ କିନ୍ତୁ ଅଟଳ ବିହାରୀ ସରକାର ବନାଇଛନ୍ତି । ଯାହା ୬୦ ବର୍ଷର କଂଗ୍ରେସ ସରକାରରେ ନଥିଲା । । କେନ୍ଦ୍ରରେ ମୋଦୀଙ୍କ ସରକାର ହେବା ସହ ଓଡିଶାରେ ମଧ୍ୟ ପୂର୍ଣ୍ଣ ବହୁମତରେ ବିଜେପି ସରକାର ହେବା ଦରକାର । ଓଡିଶା ଜନଜାତି ଭାଇ ଭଉଣୀଙ୍କ ଅବସ୍ଥା ସବୁଠାରୁ ଖରାପ ବୋଲି ଶାହା କହିଛନ୍ତି ।
ନବୀନଙ୍କୁ ସମାଲୋଚନା କରି ଶାହା କହିଛନ୍ତି କି, ରାଜ୍ୟରେ ଆଦିବାସୀଙ୍କ ଅବସ୍ଥା ଦାନା ମାଝୀର ଅବସ୍ଥା ଭଳି । ମୁଖ୍ୟମନ୍ତ୍ରୀଙ୍କୁ ଲାଜ ଲାଗିବା ଦରକାର । ଦାନମାଝୀ ଭଳି ଘଟଣା ହେଲେ ନବୀନ ସରକାରରେ ରହିବାର ଅଧିକାର ନାହିାଁ ଦେଶର ପଛୁଆ ସମାଜ ପାଇଁ ଶବସତ୍କାର ବ୍ୟବସ୍ଥା ହେଲା ନାହିଁ । ବିଜେପି ସରକାର ଓଡିଶା ପାଇଁ କାମ କରୁଛି । କିନ୍ତୁ କେନ୍ଦ୍ରର ଅର୍ଥ ତଳକୁ ଯାଉନାହିଁ । ବିଜେପି ଓଡିଶା ସରକାରଙ୍କ ଠାରୁ ଜବାବ ମାଗୁଛି । ଆଜିବି ଓଡିଆ ଯୁବକ ଦଦାନ ଖଟୁଛି । ଖଣିଜ ଥିଲେ ମଧ୍ୟ ଓଡିଶା ସମୃଦ୍ଧ ନୁହେଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ରାଜ୍ୟ ସରକାରଙ୍କୁ ଶୁଣା ଯାଉନି କାରଣ ସେ ଓଡିଆ ବୁଝୁ ନାହାନ୍ତି । ରାଜ୍ୟକୁ ଓଡିଆ ଭାଷା କହି ପାରୁଥିବା ମୁଖ୍ୟମନ୍ତ୍ରୀ ଦରକାରା ଏହା ଭାଷାର ସମ୍ମାନର କଥା ।
ନବୀନଙ୍କୁ ଜବାବ ମାଗି ଶାହା କହିଲେ କି, ବିଜେଡି କଂଗ୍ରେସର ବି ଟିମ । ଗୋଟିଏ ମୁଦ୍ରାର ଦୁଇ ପାଖ । କଂଗ୍ରେସ ଶାସନରେ ଓଡିଶାର ବିକାଶ ହୋଇନାହିଁ । ୧୯ ବର୍ଷରେ ନବୀନ ଓଡିଶାରେ ବିକାଶ କରୁ ନାହାନ୍ତି । ଗୋଟିଏ ସୁଯୋଗ ବିଜେପିକୁ ଦିଆଯାଉ । ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ଓଡିଶା ହୋଇପାରିବ । ମୋଦୀ ଓଡିଶା ବିକାଶ ପାଇଁ ପ୍ରତିବଦ୍ଧ । ସହାୟତା ରାଶି ହିତାଧୀକାରୀଙ୍କୁ ସହଜରେ କିପରି ମିଳି ପାରିବ ମୋଦୀ ଏଥି ନିମନ୍ତେ ଡିବିଟି ଚାଲୁ କଲେ । ଫଳରେ ଗରୀବଙ୍କ ବ୍ୟାଙ୍କରେ ସିଧା ଟଙ୍କା ଯିବ । ନବୀନ ଓଡିଶାବାସୀଙ୍କୁ ହିସାବ ଦିଅନ୍ତୁ । ବିଜେପି ଦେଶରେ ୧୨୯ ଯୋଜନା ଲାଗୁ କରିଛି । ଓଡିଆବାସୀଙ୍କୁ ସ୍ୱର ଉଠାଇବା ଦରକାର । ନବୀନ ଆୟୁଷ୍ମାନ ଯୋଜନାକୁ ଲାଗୁ କରୁ ନାହାନ୍ତି । ଫଳରେ ବାହାର ରାଜ୍ୟରେ ଥିବା ଓଡିଶାବାସୀଙ୍କୁ ଲାଭ ମିଳିବ ନାହିଁ । କେବଳ ମୋଦୀ ଦେଶର ଏବଂ ଓଡିଶାର ବିକାଶ କରିପାରିବେ । ପୂର୍ବରି ଓଡିଶାକୁ କଂଗ୍ରେସ ଗରିବ କରି ରଖିଥିଲା । ଏବେ ବିଡେଡି ଗରିବ କରି ରଖିଛି । ମୋଦୀଙ୍କୁ ଯୋଡନା ତଳକୁ ଯାଉନି । ନବୀନ ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ଏହାକୁ ଫିଙ୍ଗିଦେବା ଦରକାର ବୋଲି ଶାହା ଜନଜାତି ଅଧିକାର ରାଲିରେ ଉଦବୋଧନ ଦେଇଛନ୍ତି ।