କଟକ-ଭୁବନେଶ୍ୱର ବସ୍‌ ଭଡ଼ା ୩୦ ଟଙ୍କା : ଅଫିସ୍‌ ଟାଇମ୍‌ରେ ଚାଲିବ ବସ୍‌

ଭୁବନେଶ୍ୱର, ୧୨।୫: ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍‌ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ଗାଡ଼ି ଚାଲିବ। ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ଏହି ବସ୍‌ ଚଲାଇବେ। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯିବାଆସିବା କରିବ। ତେବେ ଭଡ଼ା ୩୦ ଟଙ୍କା ରଖାଯାଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।