ଭୁବନେଶ୍ୱର ,୪/୧: ପୋଲିସ କନଷ୍ଟେବଲ ଓ ହାବିଲଦାରଙ୍କୁ ମିଳିଲା ତଦନ୍ତ କରିବାର କ୍ଷମତା। ଯୋଗ୍ୟତା ସମ୍ପନ୍ନ ଅଧିକାରୀଙ୍କ ପାଇଁ ରାଜ୍ୟ ଗୃହ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥାଇ ମଧ୍ୟ ପୋଲିସ କନଷ୍ଟେବଲ ଓ ହାବିଲଦାର ପୂର୍ବରୁ କୌଣସି ମାମଲାର ତଦନ୍ତ କରିବା ପାଇଁ ସୁଯୋଗ ପାଉନଥିଲେ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସ୍ନାତକ ପଢିଥିଲେ ସେମାନେ ଏହି କାର୍ଯ୍ୟ କରିପାରିବେ । ଘଟଣାସ୍ଥଳକୁ ଯାଇ ସେଠାରୁ ଅଭିଯୁକ୍ତକୁ ମଧ୍ୟ ଗିରଫ କରିପାରିବେ । କନେଷ୍ଟେବଲ ଓ ହାବିଲଦାରମାନଙ୍କୁ ମିଳିଥିବା ଏହି ଦାୟିତ୍ୱରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଡିଜିପି ।
ସେ କହିଛନ୍ତି ଯେ, “ଅତ୍ୟଧିକ ମାମଲା ଯୋଗୁଁ ଚାପ ବଢୁଥିଲା , ଏହାଦ୍ୱାରା ଚାପ ହ୍ରାସ ହେବ । କାର୍ଯ୍ୟ ନିର୍ଦ୍ଧାରିତ କରିବାକୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ତଦନ୍ତ ପ୍ରଭାବିତ ହେଉଥିଲା । ତଦନ୍ତ ଠିକ ଭାବରେ କରିହେଉନଥିବାରୁ ଦୋଷ ପ୍ରମାଣ ମଧ୍ୟ ହୋଇପାରୁ ନଥିଲା । ଅଭିଯୋଗକୁ ପ୍ରମାଣ କରିବା କ୍ଷେତ୍ରରେ ଆମେ ଦେଶରେ ସର୍ବନିମ୍ନ ସ୍ତରରେ ରହିଛୁ ବୋଲି ଡିଜିପି କହିଛନ୍ତି।
