କପଡାରୁ ହେବ ମୋବାଇଲ୍‌ ଚାର୍ଜ

ଦୈନନ୍ଦିନ କାର୍ଯ୍ୟବହୁଳ ସମୟ ମଧ୍ୟରେ ଛୋଟ ଛୋଟ କାମକୁ ନଜର ଅନ୍ଦାଜ କରିବାକୁ ପଡିଥାଏ । ତେବେ ସେ ମଧ୍ୟରୁ ମୋବାଇଲ୍‌ ଚାର୍ଜିଙ୍ଗ କରିବା ଗୋଟିଏ ଛୋଟ କାମ । ଯାହା ପ୍ରାୟ ଅଧିକାଂଶ ଲୋକ ଭୁଲିଯାଆନ୍ତି । କିନ୍ତୁ ଆସିଗଲା ନୂଆ ଏକ ଉପାୟ ଯାହା ମାଧ୍ୟମରେ ମୋବାଇଲ୍‌ ଚାର୍ଜ କରିହେବ । କପଡା ବ୍ୟବହାର କରି ମୋବାଇଲ୍‌ ଚାର୍ଜ କରାଯାଇପାରିବ । ନାଣ୍ଟିଘମ୍‌ ଟ୍ରେଷ୍ଟ ୟୁନିଭର୍ସିଟି ଏପରି ଏକ ସୋଲାର ପେନର ପ୍ରସ୍ତୁତ କରିଛନ୍ତି ଯାହା କପଡାରେ ତିଆରି ପକେଟରେ ଲାଗିବା ଦ୍ୱାରା ମୋବାଇଲ୍‌ ବ୍ୟାଟେରୀ ଶେଷ ହୋଇଯାଇଥିଲେ ଚାର୍ଜ କରାଯାଇପାରିବ । ଏହାକୁ ଚାର୍ଜିଙ୍ଗ ଡଙ୍କ କୁହାଯାଉଛି । ଗବେଷଣାକାରୀଙ୍କ ମତରେ, ସୋଲାର ପ୍ୟାନେଲ୍‌ର ଏହି ପ୍ରକ୍ରିୟାରେ କାର୍ବନର ପ୍ରତିକ୍ରିୟାକୁ କମ୍‌ ବେଶୀ କରାଯାଇ ଚାର୍ଜ କରିବା କ୍ଷମତାକୁ ପରିବର୍ତ୍ତନ କରାଯାଇପାରିବ । କୌଣସି ପ୍ରକାର ସକେଟ୍‌ର ଆବଶ୍ୟକ ହେବ ନାହିଁ । କପଡା ସାଧାରଣ ଲାଗିବା ସହ ୨୦୦୦ ସୋଲାର ସେଲ ବ୍ୟବହାର କରାଯିବ ଯାହା କିଛିବି ଫୋନ୍‌ ଚାର୍ଜ କରିବା ପାଇଁ ପର୍ଯ୍ୟାପ୍ତ ହେବ । ଏହି ପ୍ରକ୍ରିୟାକୁ ଇ-ଟେକ୍ସଟାଇଲ୍‌ କୁହାଯାଉଛି ।