ଧର୍ମ ବିରୁଦ୍ଧରେ ଯେଉଁ କାମ କରାଯାଏ ତାକୁ ଅଧର୍ମ କୁହାଯାଏ । ସାଧାରଣତଃ ଧର୍ମରୁ ପୁଣ୍ୟ ଓ ଅଧର୍ମରୁ ପାପ ଜନ୍ମ ହୋଇଥାଏ ବୋଲି କୁହାଯାଏ । ଧର୍ମ ଓ ଅଧର୍ମ ସମ୍ପର୍କ ଉଭୟ ବ୍ୟକ୍ତିର ମନ, ବାଣୀ ଓ ଶରୀର ଦ୍ୱାରା ପ୍ରଭାବିତ । ଯଦି ଏହି ତିନୋଟି ଉପରେ ଧ୍ୟାନ ନଦିଆଯାଏ, ତେବେ ୧୦ ପ୍ରକାରର ପାପ ଆମେ ଅର୍ଜନ କରିଥାଉ । ଏହି ପାପ କର୍ମ କାରଣରୁ ବୁଦ୍ଧି ଓ ବିଚାର ଦୂଷିତ ହୋଇଥାଏ । ଯେଉଁ କାରଣରୁ ଆପଣ ବାରମ୍ବାର ପାପ କରିଥାନ୍ତି । ଏହି ପାପକର୍ମ କାରଣରୁ ମନରେ ଦୁଃଚିନ୍ତା ବି ଥାଏ । ତେବେ ଆସ;ୁ ଜାଣିବା ଏହି ୧୦ଟି କର୍ମ ଯାହାଦ୍ୱାରା ପାପରେ ସହଭାଗୀ ହେବାକୁ ପଡିଥାଏ ।
-ପର ଧନ ପ୍ରାପ୍ତ କରିବାର ଯୋଜନା କରିବା ଏପରିକି ହାସଲ କରିବା ପାଇଁ ଚେଷ୍ଟା କରିବା ହେଉଛି ପାପ । ତେବେ ଏହି ପାପରୁ ରକ୍ଷା ପାଇବାକୁ ହେଲେ ଆପଣକୁ ପରିଶ୍ରମ ଓ ବିଶ୍ୱସ୍ଥ ଉପାୟରେ ଟଙ୍କା କମାଇବା ଆବଶ୍ୟକ ।
-ଯେଉଁ କର୍ମ ଅନ୍ୟର ଭାବନାକୁ କଷ୍ଟ ପହଁଞ୍ଚାଇଥାଏ ସେପରି କାମ କରିବାକୁ ମଧ୍ୟ ପାପ କୁହାଯାଏ ।
– ସ୍ୱାର୍ଥପର ଭାବେ ଜୀବନ ଜିଇବା ପାପ ।
-ଅନ୍ୟକୁ କଷ୍ଟ ଦେଲା ଭଳି କଥା କହିବା କିମ୍ବା ଅନ୍ୟକୁ ମିଥ୍ୟା ଭାଷଣ ଦେବା ମଧ୍ୟ ପାପର ଅର୍ନ୍ତଭୁକ୍ତ ।
-ପରନିନ୍ଦା କରିବା ମଧ୍ୟ ପାପ ।
-ଯେଉଁ କଥାର କୌଣସି ଅର୍ଥ ନାହିଁ ଏପରି କଥା କହିବା ପାପ ।
-ମନ, କର୍ମ ବଚନ ଦ୍ୱାରା କାହାରିକୁ ଦୁଃଖ ଦେବା ମଧ୍ୟ ପାପ ।
-କାହାରିକୁ କିଛି ନଦେଇ କାହାରିଠୁ କିଛି ଗ୍ରହଣ କରିବା ପାପ ।
-ପର ସ୍ତ୍ରୀ ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା କିମ୍ବା କାହାର ଇଚ୍ଛା ବିରୁଦ୍ଧରେ ଏପରି କାମ କରିବା ପାପ କର୍ମ ।
-ନାସ୍ତିକ ହେବା, ଏପରିକି ଭଗବାନଙ୍କଠାରେ ଆସ୍ଥା ନରଖିବା ମଧ୍ୟ ପାପ ହୋଇଥାଏ ।
Next Post