କରିନାଙ୍କୁ ବିବାହ ପୂର୍ବରୁ ପ୍ରଥମ ପନିୀଙ୍କୁ ଚିଠି ଲେଖିଥିଲେ ସୈଫ

ମୁମ୍ବାଇ, ୧୯/୧୧ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ନିକଟରେ ଝିଅ ସାରା ଅଲ୍ଲୀ ଖାନଙ୍କ ସହ କରନ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ’ ‘କଫି ୱିଥ୍‌ କରନ’ରେ ଦେଖିବାକୁ ମିଳିଥିଲା । ଏହି ଶୋ ରେ ସେ କରିନାଙ୍କ ସହ ନିଜ ବିବାହ ଦିନର ଏକ ଗୁମର ଖୋଲିଛନ୍ତି । ଏହି ଶୋ ରେ ସୈଫ କହିଛନ୍ତି କିି, କରିନାଙ୍କ ସହ ବିବାହ କରିବା ପୂର୍ବରୁ ସେ ଏପରି କିଛି କରିଥିଲେ ଯାହା ଦ୍ୱାରା ତାଙ୍କର ପୁରା ପରିବାର ଏକତ୍ର ହୋଇଯାଇଥିଲା । ସୈଫଙ୍କର ଯେତେବେଳେ କରିନାଙ୍କ ସହ ବିବାହ ହେବାର ଥିଲା ସେତେବେଳେ ସେ ନିଜ ଦ୍ୱିତୀୟ ପନିୀ ଅମୃତା ସିଂହଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ସୈଫ ଲେଖିଥିଲେ ଯେ, ସେ ନିଜେ ଏକ ନୂଆ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିସହ ଅମୃତା ସିଂହଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭ କାମନା ଜଣାଇଥିଲେ । ତେବେ ଏହି ପତ୍ରଟିକୁ ସେ କରିନାଙ୍କୁ ମଧ୍ୟ ଦେଖାଇଥିଲେ । ଏହା ଦେଖି କରିନା ଖୁସି ହୋଇଯାଇଥିବା ସୈଫ କହିଛନ୍ତି । ଚିଠିଟିକୁ ଅମୃତାଙ୍କୁ ପଠାଇବା ପରେ ସୈଫଙ୍କ ପାଖକୁ ଝିଅ ସାରାଙ୍କର ଫୋନ ଆସିଥିଲା । ଫୋନରେ ସାରା କହିଥିଲେ କି, ମୁ ତୁମ ବିବାହରେ ଏମିତି ବି ଆସିଥାନ୍ତି, କି;ୁ ଏବେ ଖୁସି ଖୁସି ଯିବି । ଏହା ପରେ ସାରାଙ୍କର ପୁରା ପରିବାର ଏକତ୍ର ବିବାହରେ ଯୋଗ ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ବିବାଦ ହୋଇନଥିବା କହିଛନ୍ତି ସାରା ।