କର୍କଟର ଅନନ୍ୟ କାରଣ…

କର୍କଟ ଏକ ବହୁବ୍ୟାପୀ ଶବ୍ଦ ହୋଇଗଲାଣି । ଏପରି ରୋଗ ଯେଉଁଥିପାଇଁ ସେଲୁଲାର ପରିବର୍ତ୍ତନ କୋଷିକାର ଅନିୟନ୍ତ୍ରିତ ବିକାଶ ଓ ବିଭାଜନର କାରଣ ହୋଇଥାଏ । କିଛି କର୍କଟ ଖୁବ୍‌ ଶୀଘ୍ର କୋଷିକା ବୃଦ୍ଧିର କାରଣ ମଧ୍ୟ ହୋଇଥାଏ । କର୍କଟ ଏକ ଟୁ୍ୟମର ଭଳି ଆରମ୍ଭ ହୋଇଥାଏ । ଦେଶରେ ପ୍ରତିଦିନ କର୍କଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେବଳ ଧୂମପାନ ଯେ କର୍କଟର କାରଣ ତାହା କହିବା ଭୂଲ୍‌ କାରଣ ଅନ୍ୟ ବହୁଗୁଡିଏ କାରଣ ପାଇଁ କର୍କଟ ହୋଇଥାଏ । ସେଗୁଡିକ ହେଲା-
* ଆଲ୍‌କୋହଲ୍‌- ଆଲ୍‌କୋହଲ ଅଧିକ ସେବନ କରିବାଦ୍ୱାରା ମଧୁମେହ, ମେଦବହୁଳତା ଓ କର୍କଟର ଭଳି କ୍ଷତିକାରକ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ଯେଉଁ ବ୍ୟକ୍ତିବିଶେଷ ମଦ୍ୟପାନ କରନ୍ତି ଓ ଦୁଇ ବଂଶାନୁକ୍ରମିକ କର୍କଟ ପୀଡିତ ରହିଛନ୍ତି ତେବେ ଆଲ୍‌କୋହଲ୍‌ର କ୍ଷତିକାରକ ଉପିାଦ କର୍କଟର କାରଣ ହୋଇପାରେ । ମହିଳାମାନେ ମଧ୍ୟ ଆଲ୍‌ମୋହଲ୍‌ ସେବନରେ ପଛରେ ନାହାନ୍ତି ତେବେ ବ୍ରେଷ୍ଟ କ୍ୟାନ୍‌ସରରେ ପୀଡିତା ୩୦ ପ୍ରତିଶତ ବୃଦ୍ଧି ପାଇଛି ଯାହା ଆଲ୍‌କୋହଲ୍‌ ସେବନରୁ ହିଁ ହେଉଛି ବୋଲି ଜଣାପଡିଛି ।
* ରେଡ୍‌ ମିଟ୍‌- ହ୍ୱାଇଟ୍‌ ମିଟ୍‌ ତୁଳନାରେ ରେଡ୍‌ମିଟ୍‌ ଆଣିବାରେ ଲାଳାୟିତ ହୁଅନ୍ତି । କିନ୍ତୁ ଗବେଷଣାନୁଯାୟୀ, ରେଡ୍‌ ମିଟ୍‌ ସେବନ କରିବାଦ୍ୱାରା କର୍କଟ ଦ୍ୱାରା ହେଉଥିବା ମୃତୁ୍ୟ ୧୦ ପ୍ରତିଶତ ସମ୍ଭାବନା ରହିଛି । ରେଡ୍‌ମିଟ୍‌ରେ ଲିନୋଲିକ୍‌ ଏସିଡ୍‌ର ପ୍ରଭାବ ରହିଛି । କିନ୍ତୁ ବାରମ୍ବାର ସେବନ କରିବାଦ୍ୱାରା କର୍କଟର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହା ସ୍ତନ, ଶରୀର ଓ ପ୍ରୋଟେଷ୍ଟ କ୍ୟାନ୍‌ସରର ଆଶଙ୍କା ବଢାଇଦିଏ । ତେଣୁ ସପ୍ତାହରେ ମାତ୍ର ୩୦୦ ଗ୍ରାମ ରେଡ୍‌ମିଟ୍‌ ଖାଇବା ଉଚିତ୍‌ ।
* କୃତ୍ରିମ ଚିନି- ଚିନି ବେଶୀ ଖାଇବାଦ୍ୱାରା ଦେହରେ କ୍ଷତିକାରକ ଶକ୍ତି ବୃଦ୍ଧି ପାଇଥାଏ । କିନ୍ତୁ ବର୍ତ୍ତମାନ ଚିନି ପରିବର୍ତ୍ତେ ଯେଉଁ କୃତ୍ରିମ ଚିନି ବ୍ୟବହାର କରାଯାଉଛି ସେଥିରେ କେମିକାଲ୍‌ ଭାଗ ଅଧିକ ରହିଥାଏ । କୃତ୍ରିମ ଚିନିର ସ୍ୱାଦ ମଧୁର ହୋଇଥାଏ କିନ୍ତୁ ଏହାକୁ ମିଠା ଜହର ବୋଲି ମଧ୍ୟ କୁହାଯାଇପାରେ । ଏହାକୁ ସେବନ କରିବାଦ୍ୱାରା ମସ୍ତିଷ୍କ ଟୁ୍ୟମର୍‌ ହେବା ଆଶଙ୍କା ରହିଛି ।
* ଧଳା ଅଟା- ଧଳା ଅଟା ଦେହ ପାଇଁ ଅହିତକର । ପେସା ହୋଇଥିବାରୁ ଏଥିରେ ଧଳା ଅଂଶ ରହିଥାଏ ଯାହା ସୈଚୁ୍ୟରେଟେଡ୍‌ ଫ୍ୟାଟ୍‌ର ମାତ୍ରା ବୃଦ୍ଧି କରିଥାଏ । ଯାହା ଶରୀରରେ କୁପ୍ରଭାବ ପକାଇଥାଏ ।
* ମାଇକ୍ରୋେୱଭ୍‌ ପପ୍‌କର୍ଣ୍ଣ- ଆଜିକାଲି ଅଧିକାଂଶ ଲୋକେ ପପ୍‌କର୍ଣ୍ଣ ଖାଇବାକୁ ଭଲ ପାଆନ୍ତି । ଏହା ଏକ ଶସ୍ତା ଓ କୁର୍‌କୁରା ଖାଦ୍ୟ ହୋଇଥାଏ । କିନ୍ତୁ ମାଇକ୍ରୋେୱଭ୍‌ରେ ପ୍ରସ୍ତୁତି ପାଇଁ ଏଥିରେ (ପିଏଫ୍‌ଓଏ) କେମିକାଲ୍‌ ମିଶାଯାଏ । ଫଳରେ ଏହାକୁ ଖାଇବାଦ୍ୱାରା ଲୋକଙ୍କୁ କିଡ୍‌ନୀ, ମୁତ୍ରାଶୟ, ଲିଭର ଓ ଅନ୍ତ କର୍କଟ ହୋଇଥାଏ ।
* ଡୋନଟ୍‌- ଡୋନଟ୍‌ ଦେଖିଲେ ଖାଇବା ପାଇଁ ଲୋଭ ହୁଏ । କିନ୍ତୁ ଖାଇଲେ କର୍କଟ ହୋଇପାରେ ବୋଲି ଜଣାପଡିଛି । କାରଣ ଡୋନଟ୍‌ରେ ଧଳା ଅଟା, ଚିନି ଓ ହାଇଡ୍ରୋଜେନେଟେଡ୍‌ ଅଏଲ୍‌ ରହିଥାଏ ଯାହାର ଉପସ୍ଥିତି କର୍କଟଜନିତ କୋଷିକା ବୃଦ୍ଧି ପାଏ ବିଶେଷତଃ ଅଗ୍ନାଶୟକୁ ଆକ୍ରାନ୍ତ କରିଥାଏ ।