ବୟସ ତାଙ୍କର ୩୩ବର୍ଷ, ୧୦ବର୍ଷ ଧରି ମାନସିକ ରୋଗରେ ପିଡିତ, ଘର କାନପୁର । ନିକଟରେ କାନପୁରର ଅଦିସ ଅବାବାର ସେଣ୍ଟ ପିଟର୍ସ ସ୍ପେସାଲାଇଜï ହସ୍ପିଟାଲରେ ଏହି ମାନସିକ ବିଚାର ଗ୍ରସ୍ଥ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ସମୟରେ ସେହି ଯୁବକଙ୍କ ପେଟରୁ ଡାକ୍ତରମାନେ ବାହାର କରିଛନ୍ତି ୧୨୨କେ.ଜି ଓଜନର ଲୁହାକଣ୍ଟା ଓ କାଚ ଟୁକୁଡା, ଆପଣମାନେ ବିଶ୍ୱାସ ନକଲେ ମଧ୍ୟ ଏହା ସତ । ଡାକ୍ତରମାନଙ୍କ କହିବା ଅନୁସାରେ, ଯେହେତୁ ଯୁବକ ଜଣଙ୍କ ସାଧାରଣ ଲୋକକ ପରି ନୁହଁନ୍ତି ତେବେ ସେଥିପାଇଁ ଖାଦ୍ୟ ଖାଇବା ବଦଳରେ ଯୁବକ ଜଣକକାଚ ଓ ଲୁହା କଣ୍ଟାକୁ ଖାଇଥା’ନ୍ତି । ଏହିପରି ପ୍ରାଣଘାତି ଜିନିଷକୁ ସେ ଖାଇ ମଧ୍ୟ ତାଙ୍କ ପେଟ ଭିତରର କୌଣସି ଅଂଶରେ କ୍ଷତ ବା କ୍ଷତ ଚିହ୍ନ ଦେଇଖବାକୁ ମିଳି ନାହିଁ । ଡାକ୍ତରମାନେ ଏହିପରି ଅନେକ ଗୁଡିଏ ରେଗୀଙ୍କ ଚିକିତ୍ସା କରିଥିଲେ ମଧ୍ୟ ଏହି ରୋଗୀଜଣକ ହେଉଛନ୍ତି ସମସ୍ତଙ୍କଠାରୁ ଭିନ୍ନ ।