କାବୁଲରେ ଆତ୍ମଘାତୀ ଆକ୍ରମଣ, ୧୨ ମୃତ

କାବୁଲ,୧୨/୧୨: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପକଣ୍ଠରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଆତ୍ମଘାତୀ ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତୁ୍ୟ ଘଟିଛି । ଆଫଗାନିସ୍ତାନ ରାଜଧାନୀ କାବୁଲ ଉପକଣ୍ଠରେ ହୋଇଥିବା ଏହି ଆକ୍ରମଣରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ଗୃହମନ୍ତ୍ରାଳୟର ମୁଖପାତ୍ର ନସରତ ରାହିମୀ କହିଛନ୍ତି, ଆକ୍ରମଣରେ ୪ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ଘଟିଛି । କାବୁଲର ପଶ୍ଚିମ ପାଧମାନ ଜିଲ୍ଲାରେ ସୁରକ୍ଷାବାହିୀନର ଯବାନମାନେ ରାତ୍ରୀକାଳୀନ ଅଭିଯାନରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ।