କାଲି ମୁକ୍ତ ହେବେ ଅଭିନନ୍ଦନ, ପିଏମ ମୋଦୀ କହିଲେ ପୂରା ହେଲା ପାଇଲଟ୍ ପ୍ରୋଜେକ୍ଟ

ନୂଆଦିଲ୍ଲୀ,୨୮/୨: ପାକିସ୍ତାନ ଦ୍ଵାରା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଅନୌପଚାରିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସାରାରେ ଅଭିନନ୍ଦନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ, ଆପଣମାନେ ଲାବୋରାଟୋରୀରେ ଜୀବନ ବିତାଉଥିବା ଲୋକ ଏବଂ ଆପଣଙ୍କଠାରେ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ କରିବାର ପରମ୍ପରା ରହିଛି। ପାଇଲଟ୍ ପ୍ରୋଜେକ୍ଟ ହେବା ପରେ ସ୍କେଲେବଲ କରାଯାଇଥାଏ। ପିଏମ ଏହା ମଧ୍ୟ କହିଛନ୍ତି ଯେ ଏବେ ଏକ ପାଇଲଟ୍ ପ୍ରୋଜେକ୍ଟ ହୋଇ ଯାଇଛି।

SBI_Festive_Digital Billboard