କାଳିଆ ଯୋଜନା ନେଇ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

0

ନୂଆଦିଲ୍ଲୀ,୨/୭: ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଘୋଷିତ ହୋଇଥିବା ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ‘କାଳିଆ’ ଭଳି ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆଦି ବିଭିନ୍ନ ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି।

ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ଅପିଲ କରିଛନ୍ତି ପୁଲାରାଓ। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି ଏବଂ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି ବୋଲି ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ।

ନିର୍ବାଚନର ଅତି କମ୍‌ରେ ୬ ମାସ ଭିତରେ ଏଭଳି ଯୋଜନା ଘୋଷଣା ନ କରିବାକୁ ପଦକ୍ଷେପ ନିଆଯାଉ ବୋଲି ଆବେଦନକାରୀ କହିଛନ୍ତି। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ସରକାର ଏବଂ ସିଇସିଙ୍କୁ ନୋଟିସ ଜାରି କରିଛନ୍ତି।

SBI AD
Leave A Reply

Your email address will not be published.