କିଡନୀର ସୁରକ୍ଷା

ଆପଣ ଚାହାଁନ୍ତି କି ଆପଣଙ୍କ କିଡନୀ ସୁସ୍ଥ ରହୁ ଏବଂ ଆପଣଙ୍କୁ ଏହା ସହ ଜଡିତ କୋðଣସି ବି ସମସ୍ୟାର ସମ୍ମୁଖୀ ନ ହେବାକୁ ପଡୁ ତେବେ ଏନେଇ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ ।
-ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ଧୁମ୍ରପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ । ତେବେ ଏଥିପାଇଁ ଧୁମ୍ରପାନ ଠାରୁ ସର୍ବଦା ଦୂରରେ ରହିବା କଥା ।
– ପ୍ରତିଦିନ ସ;ୁଳିତ ଖାଦ୍ୟ ଖାଇଲେ ମଧ୍ୟ କିଡନୀ ସୁସ୍ଥ ରହିବ ।
-ବିଶେଷ କରି ବ୍ଲଡ୍‌ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ୍‌ । ସାଧାରଣତଃ, ସାମାନ୍ୟ ବ୍ଲଡ୍‌ ପ୍ରେସର ୧୨୦ରୁ ୮୦ ମଧ୍ୟରେ ରହିଥାଏ । ଯଦି ରକ୍ତଚାପ ୧୪୦କିମ୍ବା ୯୦ରୁ ଅଧିକ ହୋଇଯାଏ, ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କୁ ପାଖକୁ ଯିବା ଉଚିତ୍‌ ।
-ପ୍ରତିଦିନ ୧୦ରୁ ୧୨ ଗ୍ଲାସ୍‌ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ । ଯାହାଫଳରେ କିଡନୀ ରୋଗ ହେବାର ସମ୍ଭାବନା କମ୍‌ ରହିଥାଏ ।