କିର୍ତ୍ତୀଙ୍କ ବଲିଉଡ୍‌ ଏଣ୍ଟ୍ରି

ଫିଲ୍ମରେ ଅଜୟ ଦେବଗନ୍‌ଙ୍କ ପନିୀଭାବେ ଅଭିନୟ କରିବାକୁ ଯାଉଛନ୍ତି ସାଉଥ୍‌ ବୁ୍ୟଟି କିର୍ତ୍ତୀ ସୁରେଶ । କିର୍ତ୍ତୀ ତେଲୁଗୁ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ବେଶ୍‌ ନାଁ କରିସାରିଛନ୍ତି । ତେବେ କିର୍ତ୍ତୀ ପ୍ରଥମ ଅଭିନେତ୍ରୀ ନୁହନ୍ତି ଯେ ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ଆସି ବଳିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ‘ବଧାଇ ହୋ’ ଭଳି ସୁପରହିଟ୍‌ ଫିଲ୍ମ ନିର୍ଦ୍ଦେଶକ ଅମିତ ଶର୍ମା ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ତଥା ରାଷ୍ଟ୍ରୀୟ ଫୁଟ୍‌ବଲ୍‌ ଟିମ୍‌ର କୋଚ୍‌ ସେୟଦ ଅବ୍ଦୁଲ ରହୀମଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଫିଲ୍ମ । ତେବେ ଏହି ବାଇଓଗ୍ରାଫିକୁ ବୋନି କପୁର ପ୍ରଯେଯାଜନା କରୁଛନ୍ତି । ଫିଲ୍ମରେ ଅଜୟ ଦେବଗନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅଭିନୟ କରିବାକୁ ଯାଉଛନ୍ତି କିର୍ତ୍ତୀ । ଅବ୍ଦୁଲଙ୍କ ଜୀବନୀ ବିଷୟରେ ବେଶି ଲୋକ ଅବଗତ ନ ଥିବାରୁ ଏହି ଫେମସ୍‌ ଖେଳାଳିଙ୍କ ଫିଲ୍ମରେ କାମ କରିବା ଏକ ବଡ଼ ସୁଯୋଗ ଯାହା ମିଳିଯାଇଛି କିର୍ତ୍ତୀଙ୍କୁ । କୁହାଯାଉଛି ଫିଲ୍ମର ଅଜୟଙ୍କ ସହ କିର୍ତ୍ତୀ ରୋମାନ୍ସ କରିବାର ଦର୍ଶକ ଦେଖିପାରିବେ । କିର୍ତ୍ତୀଙ୍କ ପୂର୍ବରୁ କାଜଲ ଅଗ୍ରୱାଲ, ଇଲିଆନା ଡି’କ୍ରୁଜ୍‌ ଓ ତମନା ଭାଟ୍ଟିଆ ପ୍ରମୁଖ ତେଲୁଗୁ ଅଭିନେତ୍ରୀ ଅଜୟଙ୍କ ସହ ଅଭିନୟ କରି ସାରିଛନ୍ତି ।