କୁଲୁମ୍‌ରେ ଯୁବକଙ୍କ ଗୁଳିବିଦ୍ଧ ଶବ ଉଦ୍ଧାର

ଜାମ୍ମୁ-କାଶ୍ମୀର, ୧୧/୧୨ : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ପୁଣିଥରେ ଜଣେ ସ୍ଥାନୀୟ ଯୁବକଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ଯୁବକଙ୍କ ଗୁଳିବିଦ୍ଧ ଶବକୁ ଆଜି ଉଦ୍ଧାର କରାଯାଇଛି । କିଛି ଅଜ୍ଞାତ ବନ୍ଧୁକଧାରୀ କୁଲୁମ ଜିଲ୍ଲାର ଅବହାତୋ ନିକଟରୁ ଜଣେ ଯୁବକଙ୍କୁ କିଛି ଦିନ ତଳେ ଅପହରଣ କରିନେଇଥିଲେ । ବହୁ ଅନୁସନ୍ଧାନ ପରେ ମଧ୍ୟ ଯୁବକଙ୍କ ଖୋଜ ଖବର ମିଳିପାରି ନଥିଲା । ତେବେ ମଙ୍ଗଳବାର ଉକ୍ତ ଯୁବକର ଗୁଳିବଦ୍ଧ ଶବକୁ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣା ପରେ ସେହି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରୀ କରାଯାଇଛି ।