ନୂଆଦିଲ୍ଲୀ, ୧୮/୧୨ : ଯେ ପର୍ଯ୍ୟନ୍ତ ଦେଶର କୃଷି ଋଣ ଛାଡ ହୋଇନାହିଁ ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାନ୍ତିରେ ଶୁଆଇ ଦେବୁ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ।
ସେ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଦଳ ଦେଇଥିବା ପ୍ରତିଶ୍ରୁତିର ପାଳନ ହୋଇଛି । କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ୨ ରାଜ୍ୟରେ କୃଷି ଋଣ ଛାଡ କରିବାକୁ ଘୋଷଣା କରାଯାଇଛି । ତୃତୀୟ ରାଜ୍ୟରେ ମଧ୍ୟ ଖୁବ୍ ଶିଘ୍ର କୃଷକଙ୍କ ଋଣ ଛାଡ କରାଯିବ । କେନ୍ଦ୍ର ସରକାର ଦେଶର ସମସ୍ତ କୃଷକଙ୍କର ଋଣ ଛାଡ ନକରିବା ଯାଏଁ ତାଙ୍କୁ ରଖେଇ ବସେଇ ଦେବୁ ନାହିଁ । ଏବେ ମୋଦୀଙ୍କଠାରୁ କୃଷକଙ୍କ ଋଣ ଛାଡ କରେଇବୁ । ରାହୁଲ ଗାନ୍ଧି ମୋଦିଙ୍କ ଉପରେ ଶିଳ୍ପପତିଙ୍କ ଋଣ ଛାଡ କରିବାର ଆରୋପ ଲଗାଇ କହିଛନ୍ତି କି, ସରକାର କେବଳ ଧନଶାଳୀ ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ଓ କୃଷକ ଏବଂ ଛୋଟ ବ୍ୟବସାୟୀଙ୍କ ଟଙ୍କା ହଡପ କରୁଛନ୍ତି । କୃଷକଙ୍କୁ ଆଶ୍ୱାସନା ଦେଇ ରାହୁଲ କହିଛନ୍ତି କି, ସେମାନଙ୍କ ହିତର ଧ୍ୟାନ ରଖାଯିବ ।
