ବାଦାମର ଅନେକ ଉପକାରୀତା ସମ୍ବନ୍ଧରେ ଆପଣ ନିଶ୍ଚୟ ଜାଣିଥିବେ । ପ୍ରତ୍ୟକ ଦିନ ସକାଳୁ ବାଦାମ ଖାଇବା ଦ୍ୱାରା ସ୍ମରଣ ଶକ୍ତିର ବୃଦ୍ଧି ହେବା ସହ ମସ୍ତିଷ୍କର ମଧ୍ୟ ବୃଦ୍ଧି ଘଟିଥାଏ । ଅନେକ ଲୋକ ସୁସ୍ଥ ରହିବା ପାଇଁ ବାଦାମକୁ ନିଜ ଖାଦ୍ୟ ପଦାର୍ଥରେ ସାମିଲ କରନ୍ତି । କାରଣ ଏଥିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ ପ୍ରଚୁର ପରିମାଣରେ ଉପସ୍ଥିତ ଥାଏ । ଏହା ବ୍ୟତିତ ବାଉଦାମ ଆମ ତ୍ୱଚା ଏବଂ ଚର୍ମ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । କି;ୁ କେତେକ ଲୋକଙ୍କ ପାଇଁ ବାଦାମ ହାନିକାରକ ହୋଇଥାଏ ।
ତେବେ ଆସ;ୁ ଜାଣିବା କେଉଁ ସବୁ ଲୋକଙ୍କୁ ବାଦାମ ଖାଇବାକୁ ବାରଣ କରାଯାଇଥାଏ ।
– ଉଚ୍ଚ ରକ୍ତଚାପ ରୋଗୀ- ଉଚ୍ଚ ରକ୍ତଚାପ ରୋଗୀ ବାଦାମଠାରୁ ଦୂରେଇ ରହିବା ଉଚିତ ଛ କାରଣ ଏହି ରୋଗୀଙ୍କୁ ନିୟମିତ ଭାବରେ ନିଜ ରକ୍ତଚାପର ଔଷଧ ସେବନ କରିବାକୁ ପଡିଥାଏ । ଏହି ଔଷଧ ସହ ବାଦାମ ସେବନ କରିବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।
– ଷ୍ଟୋନ ରୋଗୀ- ଯେଉଁ ବ୍ୟକ୍ତିଙ୍କ ନିକଟରେ କିଡନୀରେ ଷ୍ଟୋନ ଅଥବା ବ୍ଲେଡର ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଥାଏ, ସେମାନେ ବାଦାମଠାରୁ ଦୂରେଇ ରହିବା ଉଚିତ । କାରଣ ବାଦାମରେ ଅକ୍ସଲେଟର ମାତ୍ରା ଅଧିକ ରହିଥାଏ ।
– ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିଲେ- ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟା ଦେଖାଦେଉଥିବା ବ୍ୟକ୍ତି ବାଦାମଠାରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ, ଯାହା ଏହି ସମସ୍ୟାକୁ ଦ୍ୱିଗୁଣିତ କରିଥାଏ ।
– ଆଣ୍ଟିବାୟୋଟିକ ନେଉଥିଲେ- ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଆପଣ ଆଣ୍ଟିବାୟୋଟିକ ଔଷଧର ସେବନ କରୁଛନ୍ତି, ତ’ ବାଦାମ ଖାଇବା ବନ୍ଦ କରିଦିଅ;ୁ । କାରଣ ବାଦାମରେ ଅତ୍ୟାଧିକ ମାତ୍ରାରେ ମ୍ୟାଗନେସିୟମ ରହିଥାଏ, ଯାହା ଶରୀରରେ ରିଆକ୍ସନର କାରଣ ହୋଇପାରେ ।
Prev Post
Next Post