କେଉଁ ସମୟରେ ଗାନ କରାଯାଏ ଜାତୀୟ ସଂଗୀତ

୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ସରକାରଙ୍କଠାରୁ ଭାରତ ସ୍ୱାଧୀନ ହୋଇଥଲା । କହିବାକୁ ଗଲେ ସେହିଦିନ ଭାରତ ପୃଥବୀ ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ଚିତ୍ର ତିଆରି କରିଥିଲା । ସମସ୍ତେ ଜାଣନ୍ତି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଏ । କିନ୍ତୁ ଏମିତି କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ଯାହା ପାଇଁ ଜନଗଣମନ… ଗାନ କରାଯାଇଥାଏ ।
*ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ ସମୟରେ, ଅର୍ଥାତ୍‌ ରାଷ୍ଟ୍ରପତି ବା ରାଜ୍ୟପାଳ ଓ ଲେଫଫନାଣ୍ଟ ଗଭର୍ନରଙ୍କ ବିଶେଷ ଉପସ୍ଥିତି ଅବସରରେ
*ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଆଗମନ ଓ ପ୍ରତ୍ୟାଗମନ ସମୟରେ
*ଅଲ୍‌-ଇଣ୍ଡିଆ ରେଡିଓରେ ରାଷ୍ଟ୍ରପତିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ ପୂର୍ବରୁ ଓ ପରେ
*ରାଜ୍ୟପାଳ ବା ଲେଫଫନାଣ୍ଟ ଗଭର୍ନର ତାଙ୍କ ରାଜ୍ୟ/ସଙ୍ଘରାଜ୍ୟ ଭିତରେ ଓୈପଚାରିକ କାର୍ଯ୍ୟକ୍ରମରେ ଯୋଗଦେବା ଓ କାଯ୍ୟକ୍ରମରୁ ଫେରିବା ସମୟରେ
*କୌଣସି ପରେଡ୍‌ରେ ଜାତୀୟ ପତାକା ଲଗାଯାଇଥିଲେ ତ୍ରିରଙ୍ଗାକୁ ସମ୍ମାନ ଜଣାଇବା ପାଇଁ
* ସେନା ରେଜିମେଣ୍ଟର ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥାଏ ।