କେନ୍ଦ୍ରର ସରକାରଙ୍କ ଜଳ ଜୀବନ ମିଶନକୁ ରାଜ୍ୟ ସରକାରଙ୍କ ପ୍ରଶଂସା

ଭୁବନେଶ୍ୱର,୨୭/୮: କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ କରିଥିବା ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଜଳ ଜୀବନ ଉପରେ ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କ ଅଧ୍ୟକ୍ଷତାରେ ରାଜ୍ୟଗୁଡିକର ଜଳଯେଗାଣ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ଜେନା ଯୋଗଦେଇ କହିଛନ୍ତି, ଓଡିଶା ସରକାର ନିଜସ୍ବ ଅର୍ଥରେ ବସୁଧା ଯୋଜନା କରିଛନ୍ତି। ଏହି ଯୋଜନା ଦ୍ୱାରା ଲୋକଙ୍କ ଘରକୁ ପାଇପ୍‌ ଯୋଗେ ପାନୀୟ ଦଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ସଫଳତାର ସହ ଓଡିଶାରେ କାର୍ଯ୍ୟକରୀ କରିବାକୁ ଆମେ ସମସ୍ତ ପ୍ରକାର ଅଦ୍ୟମ କରିବୁ। ହେଲେ କେନ୍ଦ୍ରର ସହାୟତା ଏଥିପାଇଁ ଜରୁରୀ ବୋଲି ମନ୍ତ୍ରୀ ଜେନା କହିଛନ୍ତି।

SBI_Festive_Digital Billboard