ନୂଆଦିଲ୍ଲୀ,୧/୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଜେଟକୁ ନେଇ ମୋଦୀ ସରକାରଙ୍କ ଉପରେ ହମଲା କରିଛନ୍ତି। ରାହୁଲ ଆରୋପ ଲଗାଇଛନ୍ତି ଯେ ଗୋଟିଏ ପଟେ ସରକାର ବିତ୍ତଶାଳୀ ବ୍ୟକ୍ତିଙ୍କର ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ କରୁଥିବା ବେଳେ ଅନ୍ୟ ପଟେ ଚାଷୀଙ୍କୁ ପ୍ରତି ଦିନ ମାତ୍ର ୧୭ ଟଙ୍କା ଦେଉଛନ୍ତି, ଯାହା ସେମାନଙ୍କ ପାଇଁ ବହୁତ ଅପମାନଜନକ। ମୋଦୀ ସରକାର ରୋଜଗାର ପ୍ରସଙ୍ଗରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିରୋଧୀଙ୍କ ସହ ବୈଠକ ପରେ ରାହୁଲ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମୋଦୀ ସରକାରଙ୍କ ଉପରେ ହମଲା କରି କହିଛନ୍ତି ଯେ ଆପଣ ୧୫ ଜଣ ଲୋକଙ୍କ ୩.୫ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରୁଛନ୍ତି ମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଦିନ ୧୭ ଟଙ୍କା ଦେଉଛନ୍ତି ! ଏହାକୁ ଚାଷୀଙ୍କ ପ୍ରତି ଅପମାନ କୁହାଯିବ ନାହିଁ ତ ଆଉ କଣ କୁହାଯିବ। ଏଥର ନିର୍ବାଚନ ଚାଷୀ, ବେରୋଜଗାରୀ, ଭ୍ରଷ୍ଟାଚାର ଆଦି ପ୍ରସଙ୍ଗ ଉପରେ ଲଢାଯିବ।
ଉଲ୍ଲେଖଯୋଗ୍ୟ ଅନ୍ତରୀଣ ବଜେଟରେ ସରକାର କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସିଧାସଳଖ ସେମାନଙ୍କ ଖାତାକୁ ବାର୍ଷିକ ୬୦୦୦ ଟଙ୍କା ଜମା କରାଯିବ।