କେନ୍ଦ୍ର ସରକାର ଦେଉନି ୬୪୦୦ କୋଟି ଟଙ୍କା , ପଡ଼ିରହିଛି ବିଭିନ୍ନ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮/୧: ଦିଲ୍ଳୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । କେନ୍ଦ୍ରର ବାକି ପଡ଼ିଥିବା ବିଭିନ୍ନ ପ୍ରକଳ୍ପ ଉପରେ ମୁଖ୍ୟ ଆବାସିକ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସରକାର ଆବଶ୍ୟକତାଠାରୁ କମ ଅର୍ଥ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ,୧୦୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ବାସଗୃହ ପାଇଁ ,୩୭୫ କୋଟି ସ୍ୱାସ୍ଥ୍ୟ ପାଇଁ ଓ ୪୦୦କୋଟିରୁ ଅଧିକ ଏନ ଆରଇଜିଏସ ପାଇଁ ଓ ୬୫୦ କୋଟି ଟଙ୍କା କୃଷିକାର୍ଯ୍ୟ ପାଇଁ ଆସିବାକୁ ବାକି ରହିଛି । ଏହି ସବୁ ପ୍ରକଳ୍ପର ରାଶି ମିଳିପାରୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ସରକାର ପକ୍ଷରୁ ୧୮୦ କୋଟି ଆସିବାକୁ ଥିବା ବେଳେ କେବଳ ୮୦ କୋଟି ଆସିଛି । ୩୦୦୦ କୋଟି ଟଙ୍କା କେବଳ ପାନୀୟ ଜଳ ବ୍ୟବସ୍ଥା ପାଇଁ ଓଡ଼ିଶା ବଜେଟରୁ ଖର୍ଚ୍ଚ କରାଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ୱରର ବିକାଶ ପାଇଁ ହୋଇଥିବା ପ୍ରକଳ୍ପରେ ୨୦୦କୋଟି ଟଙ୍କା ଆସିବାକୁ ଥିବା ବେଳେ କେବଳ ଛଅ କୋଟି ଟଙ୍କା ଓଡ଼ିଶା ପାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।