କେରଳର ୱାୟନାଡରେ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ

କେରଳ,୪/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ସମୟ ପରେ ପ୍ରିୟଙ୍କା ଗାନ୍ଧୀ ଏଠାରେ ରୋଡ ଶୋ କରିବେ । ଏହାକୁ ନେଇ କଂଗ୍ରେସର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ରାହୁଲ ନିଜ ଭଉଣୀ ଏବଂ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେଠାରେ ପହଂଚିଛନ୍ତି । ଏହା ପୂର୍ବରୁ ଦୁଇ ଭାଇ ଭଉଣୀ ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରୋଡ ଶୋ କରୁଥିଲେ ।

ରାହୁଲ ନିଜର ପରମ୍ପରାଗତ ଆସନ ଅମେଠି ବ୍ୟତୀତ କେରଳର ୱାୟନାଡରେ ନିର୍ବାଚନ ଲଢିବେ ବୋଲି ରବିବାର ଦିନ ଘୋଷଣା କରାଯାଇଥିଲା । ସିପିଆଇ ପ୍ରାର୍ଥୀ ପିପି ସୁନୀର ଏବଂ ଏନଡିଏ ପ୍ରାର୍ଥୀ ତୁଷାର ବେଲ୍ଲାପଲ୍ଲୀଙ୍କ ସହ ତାଙ୍କର ଟକ୍କର ହେବ । ୱାୟନାଡକୁ କଂଗ୍ରେସର ଗଡ କୁହାଯାଏ । ୨୦୦୯ ଏବଂ ୨୦୧୪ରେ ଏହି ଆସନରୁ କଂଗ୍ରେସ ଶାସନ ଗଢିଥିଲା । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ୨୦,୮୭୦ ଭୋଟ ଅନ୍ତରରେ ଜିତ ହାସଲ କରିଥିଲା ।

SBI_Festive_Digital Billboard