ନୂଆଦିଲ୍ଲୀ,୧୬/୧୧: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଆଚାର ସଂହିତା ଉଲଂଘନ ମାମଲାରେ ପ୍ରୟାଗରାଜ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ତାଙ୍କ ଉପରେ ନିର୍ବାଚନ ଆଚାର ସଂହିତା ଉଲଂଘନ ସହିତ ଜଡିତ ୨ଟି ମାମଲା ସହିତ ୧୦ ବର୍ଷ ପୁରୁଣା ଦୁର୍ଗା ପୂଜା ପେଣ୍ଡାଲ ସମିତିରେ ହୋଇଥିବା ବିବାଦ ଘଟଣାରେ ମାମଲା ରୁଜୁ ହୋଇଛି । ସମର୍ପଣ କରିବା ପରେ ମୌର୍ଯ୍ୟଙ୍କ ଓକିଲ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଯେଉଁଥିରେ କିଛି ସମୟ ମଧ୍ୟରେ ଶୁଣାଣି ହେବ । ଏହି ଦୁଇ ମାମଲାର ଶୁଣାଣି ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟ କରିବ ।