କ୍ରୀଡ଼ା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା : ବିଶାଲ କ୍ଷମା ମାଗିବା ନେଇ ଦାବି

ଭୁବନେଶ୍ୱର, ୨୩ /୧୧: କ୍ରୀଡ଼ା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ବିଭାଗୀୟ ସଚିବ ବିଶାଲ ଦେବଙ୍କ ପାଇଁ ଅଡ଼ୁଆ ସାବ୍ୟସ୍ତ ହୋଇଛି। ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ରାଜ୍ୟର ବରିଷ୍ଠ ସାମ୍ବାଦିକମାନେ ନିନ୍ଦା କରିଛନ୍ତି। ଏହି ଘଟଣାର ଧୂଆଁ ଧୀରେଧୀରେ କୁହୁଳିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଛି ମାନବାଧୀକାର କର୍ମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଅଧିନିୟମ ଧାରା ୧୩ ଅନୁଯାୟୀ ଦାବି ପତ୍ର ପ୍ରଦାନ କରିଛନ୍ତି। କ୍ରୀଡା ବିଭାଗର ସଚିବ ବିଶାଲ ଦେବ କ୍ଷମା ମାଗନ୍ତୁ, ନଚେତ୍ ମାମଲା ହେବ ବୋଲି ସେମାନେ ଦାବି ପତ୍ରରେ ଜଣାଇଛନ୍ତି। ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ନରେନ୍ଦ୍ର ମହାନ୍ତି ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ।