କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ବିଭାଗ

ଭୁବନେଶ୍ୱର,୮/୩: ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେଲା କର୍କଟ ବିଭାଗ । ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି । ଏହା ସହ ନୂଆ ଆଖି ଅପରେସନ ଥିଏଟରକୁ ମଧ୍ୟ ଉଦଘାଟନ କରାଯାଇଛି ।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗର ଉଦଘାଟନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ହସ୍ପିଟାଲ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କର୍କଟ ବିଭାଗ ନଥିଲା । ଯାହା ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲ । କିନ୍ତୁ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦଘାଟନ କରିଛନ୍ତି । ଏହା ସହ ମଧ୍ୟ ନୂଆ ଆଖି ଅପରେସନ ଥିଏଟର ମଧ୍ୟ ଉଦଘାଟିତ ହୋଇଛି ।

SBI_Festive_Digital Billboard