କ୍ୱାରେଣ୍ଟାଇନ ଗୃହରେ ବିଶୃଙ୍ଖଳିତ ହେଉଥିବା ପ୍ରବାସୀ ମାନଙ୍କୁ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୫: ପ୍ରବାସୀ ଓଡିଆ ଯେଉଁମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। କ୍ବାରେଣ୍ଟାଇନରେ ନ ରହିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ।

ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ ଓ ପୋଲିସ ଡି.ଜି ଙ୍କ ପରେ ଅମାନିଆଙ୍କୁ ତାଗିଦ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଓଡିଶା ଫେରୁଥିବା ସମସ୍ତ ପ୍ରବାସୀ 14 ଦିନ ପୃଥକବାସ ରେ ରହିବା ବାଧ୍ୟତାମୂଳକ । ଯାହାର ଲକ୍ଷଣ ପ୍ରକାଶ ପାଇବ ସେହି ମାନଙ୍କର ସ୍ୱାବ ପରୀକ୍ଷା ହେବ। ଯିଏ କ୍ବାରେଣ୍ଟାଇନ ନିୟମ ନ ମାନିବ, ତା ବିରୋଧ ରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ଏବେ ରାଜ୍ୟର ଆଠଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି । ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ICMR କୁ ଅନୁରୋଧ କରାଯାଇଛି । ଏବେ ଦିନକୁ 3 ହଜାର ପରୀକ୍ଷା କରାଯାଉଛି। ଖୁବ ଶୀଘ୍ର 5 ହଜାର ନମୂନା ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।