ସୁସ୍ଥ ରହିବା ପାଇଁ କ୍ଷୀର ପିଇବା ଆବଶ୍ୟକ । କିଛି ଲୋକଙ୍କୁ ଦୈନିକ କ୍ଷୀର ପିଇ ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ ବୋଲି କୁହାଯାଏ କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇ କ୍ଷୀର ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅହିତକାରୀ ହୋଇଥାଏ । ସେହ ସବୁ ଖାଦ୍ୟ ଖାଇ ତୁରନ୍ତ ଦୁU ସେବନ କରିବା ଦ୍ୱାରା ଦେହ ଖରାପ ହୋଇଥାଏ । ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ମନା:-
ବିରି:- ବିରିଜାତୀୟ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଉଚିତ୍ ନୁହେଁ । କାରଣ ବିରିଜାତୀୟ ଖାଦ୍ୟ ସହ କ୍ଷୀର ପିଇବା ଦ୍ୱାରା ଖାଦ୍ୟ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ । ଯେହେତୁ ଦୁଇଟି ଯାକ ଖାଦ୍ୟରେ ଅଲଗା ପ୍ରକାର ପୋଷକତତ୍ତ୍ୱ ରହିଥାଏ ।
ଲୁଣି ଖାଦ୍ୟ- କିଛି ଲୋକ ସକାଳ କିମ୍ବା ସନ୍ଧ୍ୟାରେ ଜଳଖିଆ ସହ କ୍ଷୀର ପିଇବାକୁ ଭଲ ପାଆନ୍ତି । ହେଲେ ଜାଣି ନେବା ଦରକାର ଯେ, ଲୁଣିଜାତୀୟ ଜଳଖିଆ ପରେ ଦୁU ପିଇବା ଦ୍ୱାରା ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ ।
ସାଇଟ୍ରିକ୍ ଫଳ- କ୍ଷୀର ପିଇବା ପରେ ଓ ପୂର୍ବରୁ ଫଳ ଖାଇବା ଅନୁଚିତ୍ ବୋଲି କୁହାଯାଏ । ସେହିପରି ଯଦି ଦୁU ପିଇବା ପରେ କମଳା, ଲେମ୍ବୁ ଭଳି ଖଟାଜାତୀୟ ଖାଦ୍ୟ ଖାଆନ୍ତି ତେବେ ଏହା ପାଚନ ଜନିତ ସମସ୍ୟା ଦେଖାଦିଏ ଓ ତୁରନ୍ତ ବାନ୍ତି ହୋଇଯାଏ ।
ଦହି-କ୍ଷୀର ପିଇବା ପରେ ପରେ ଦହି ଖାଇବା ଅନୁଚିତ୍ । ଏପରି କରିବା ଦ୍ୱାରା ଏସିଡିଟି, ଗ୍ୟାସ ହୋଇ ବାନ୍ତି ହୋଇଯାଏ । ଦହି ଖାଇବାର ଦେଢରୁ ଦୁଇ ଘଣ୍ଟା ସମୟ ବ୍ୟବଧାନରେ ଦୁU ପିଇବା ଆବଶ୍ୟକ ।
ମାଛ- ମାଛ ଖାଇବାର ତୁରନ୍ତ ପରେ ଦୁU ପିଇବା ଅନୁଚିତ୍ ବୋଲି କୁହାଯାଏ । ଏହା ଦୁU ସହ ମିଶିଲେ ସ୍ୱାସ୍ଥ୍ୟରେ ବିପରୀତ ପ୍ରଭାବ ପକାଇଥାଏ । ଏପରିକି ମୁହଁରେ ଆଲର୍ଜି ମଧ୍ୟ ହୋଇଯାଏ ।
Prev Post
Next Post