ଖାରବେଳଙ୍କୁ ସଭାମଞ୍ଚରେ ଆକ୍ରମଣ

ଭୁବନେଶ୍ଵର,୨୪/୧୧: ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କ ଉପରେ ହୋଇଛି ଆକ୍ରମଣ । ରାୟଗଡା ଜିଲ୍ଲା କାଶୀପୁରରେ ଏକ ସଭାମଞ୍ଚରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ମଞ୍ଚ ଉପରେ ଏଠାକୁ କାହିଁକି ଆସିଛ ବୋଲି ପଚାରି ଖାରବେଳଙ୍କ ମୁହଁକୁ ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ଫେସବୁକ ପେଜରେ ସେୟାର କରିଛନ୍ତି। ବିଜେଡି କର୍ମୀ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।

କାଶୀପୁରରେ ଆକ୍ରମଣ ନେଇ ଖାରବେଳ ସ୍ଵାଇଁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଜଣେ ଯୁବକ ନିଜକୁ ବିଜେଡ଼ି ପାର୍ଟିର କହି ମୋ ଉପରେ ଆକ୍ରମଣ କରିଥିଲେ। ଯୁବକ ଜଣକ ମଞ୍ଚ ଉପରେ ଏଠାକୁ କାହିଁକି ଆସିଛ ବୋଲି ପଚାରି ମୋ ମୁହଁରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଆମେ ସଭାରେ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସ ମାଗିଥିଲୁ, ମାତ୍ର ପୋଲିସ ଆସିବା କହି ଆସିଲେନି।

ଖାରବେଳ କହିଛନ୍ତି ଯେ, ଟଙ୍କିକିଆ ଚାଉଳ ବିରୋଧରେ ମୁଁ ଲଗାତାର କହି ଆସୁଛି। କିନ୍ତୁ ମୋତେ ଟଙ୍କିକିଆ ଚାଉଳ ନେଉଥିବା ଲୋକ ମାରି ନାହାନ୍ତି ବରଂ ମଦ ପିଇଲା ଲୋକ ଆକ୍ରମଣ କରୁଛନ୍ତି। ନବୀନ ସରକାର ରାଜ୍ୟରେ ମଦର ବନ୍ୟା ସୃଷ୍ଟି କରୁଛନ୍ତି। ସରକାର ବିରୋଧରେ କହିଲେ ବିଜେଡିର ଗୁଣ୍ଡାମାନେ ସହି ପାରୁନାହାନ୍ତି।

SBI AD