ମୁମ୍ବାଇ, ୧୨/୧ : ୨୦୧୭ ର ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର ଖୁବ୍ ଶୀଘ୍ର ବଲିଉଡ ଜଗତରେ ପଦ ଦେବାକୁ ଯାଉଛନ୍ତି । ମାନୁଷୀ ନିର୍ଦ୍ଦେଶକ ଫରାହ ଖାନଙ୍କ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ । ମାନୁଷୀଙ୍କ ପୂର୍ବରୁ ଫରାହ ଫିଲ୍ମ ‘ଓମ ଶାନ୍ତି ଓମ’ ଜରିଆରେ ଦୀପିକା ପାଦୁକୋନଙ୍କୁ ଲଞ୍ଚ କରିଥିଲେ । ଏହା ପରେ ଦୀପିକା ନିଜ ଫିଲ୍ମ କ୍ୟାରିୟରେ ଖୁବ୍ ସଫଳତା ହାସଲ କରିଛନ୍ତି । ସେ ନିଜ ଅଭିନୟ ମାଧ୍ୟମରେ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଦୀପିକା ପରେ ଏବେ ମାନୁଷୀଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି ଫରାହ ଖାନ ।
ସୂଚନା ଅନୁସାରେ ଫିଲ୍ମକୁ ନେଇ ମାନୁଷୀ ଏବଂ ଫରାହଙ୍କ ମଧ୍ୟରେ ଆଲୋଚନା ମଧ୍ୟ ସରିଯାଇଛି । କେବଳ ସେତିକି ନୁହେଁ ମାନୁଷୀ ଫିଲ୍ମର ସ୍କିପଫକୁ ନେଇ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ମାନୁଷୀ ଧର୍ମା ପ୍ରଡକ୍ସନ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ।
ସୁଚନା ଯୋଗ୍ୟ ଯେ, ମାନୁଷୀ ଜଣେ ମେଡିକାଲ ଛାତ୍ରୀ ଅଟନ୍ତି ଏବଂ ୨୦୧୭ ନଭେମ୍ବରରେ ସେ ବିଶ୍ୱ ସୁନ୍ଦରୀର ମୁକୁଟ ନିଜ ନାମରେ କରିବାରେ ସକ୍ଷମ ହୋଇ ପାରିଥିଲେ ।
