ଗଂଜାମରେ ୩୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୧୨ : ଓଡିଶା ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଥିବା ବେଳେ ଆଉ କେତେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇପାରିଛି । ବିଶେଷ କରି ହକି ବିଶ୍ୱ କପ୍ ଆୟୋଜନ କରି ବିଶ୍ୱରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଦିନିକିଆ ଗଂଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ପାଠାଗାରର ନୂତନ କୋଠା, ମାନବ ସମ୍ବଳ ବିକାଶର ନୂତନ ଗୃହ, ଗୋପାଳପୁରର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ , ଗୋପାଳପୁରରେ ରେଲୱେ ଓଭର ବ୍ରିଜ୍, ଜିଲ୍ଲା ପର୍ଯ୍ୟଟନ ଅଫିସ୍ , ଏକାଡେମିକ୍ କମ୍ ୱାର୍କସପ୍ ବିଲ୍ଡିଂ , ନୂତନ ମହିଳା ଥାନା , ବିଏମ୍‌ସିର ମାଛ ମାର୍କେଟ୍ ର ଉଦଘାଟନ କରିଛନ୍ତି । ଏହା ସହ ହିତାଧିକାରୀ ମାନଙ୍କୁ ଉପକରଣ ବାଂଟିଥିଲେ । ଖଲିକୋଟ କଲେଜ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ ।