ଆଜିର ଦିନରେ ମୁଣ୍ଡରେ ଗଜରା ଲଗାଇବା ଏକ ଫ୍ୟାଶନ ପାଲଟିଗଲାଣି । ପାର୍ଟି ହେଉ ଅବା ପର୍ବପର୍ବାଣୀ ସବୁଠି ଆଜିକାଲି ମହିଳାମାନେ ଗଜରା ଲଗାଉଛନ୍ତି । ତେବେ ଝିଅମାନଙ୍କୁ ଗଜରା ବେଶ୍ ସୁନ୍ଦର ମାନିଥାଏ । କିନ୍ତୁ ଏହି ଗଜରା ଲଗ୍ାଇବା କେଉଁ କେଉଁ ରାଜ୍ୟରେ ସେମାନଙ୍କ ପରମ୍ପରା ଅଟେ । ତେବେ ଏହି ଗଜରା ଭିନ୍ନ ଭନ୍ନ ପ୍ରକାରର ଅଟେ । ପୂର୍ବରୁ ମଲ୍ଲୀ ଏବଂ ରଜନିଗନ୍ଧା ଫୁଲର ଗଜରା ମହିଳା ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହି ଗଜରାର ରୂପରେଖ ବଦଳି ଯାଇଛି । ଆଜିକାଲି ମହିଳାମାନେ ଗୋଲାପ ଫୁଲର ଗଜରାକୁ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ କିଛି ବଲିଉଡ୍ ଅଭିନେତ୍ରୀ ଏହି ଗଜରା ଲଗାଇଥିବାର ଦେଖିବାକୁ ମିଳିଥିଲା । ବଲିଉଡ୍ ଅଭିନେତ୍ରୀ ଦୀପିକା ପାନୁକୋନ୍ , ଅନୁଷ୍କା ଶମା ର୍ଏବଂ ମଉନି ରାୟ ଲାଲ୍ ଗୋଲାପ ଫୁଲର ଗଜରା ଲଗାଇଥିବାର ଦେଖିବାକୁ ମିଳିଥିଲା । ସେହିପରି ଧଳା ଗୋଲାପ ଫୁଲ ଜଗରା ମଧ୍ୟ ବର୍ତ୍ତମାନ ବେଶ୍ ଟ୍ରେଣ୍ଡରେ ଅଛି । ନିକଟରେ ବଲିଉଡ୍ ଅଭିନେତ୍ରୀ ପ୍ରିଅଙ୍କା ଚୋପଡା ଦ୍ୱିଲ୍ଲୀ ରିସେପ୍ସନ୍ରେ ଧଳା ଗୋଲାପ ଫୁଲ ଗଜରା ମୁଣ୍ଡରେ ଲଗାଇଥିବାର ଦେଖିବାକୁ ମିଳିଥିଲା ।