ଗାଡି ପାର୍କ କରିବ ରୋବଟ୍‌

ବ୍ରିଟେନ୍‌ର ରାଜଧାନୀ ଲଣ୍ଡନ୍‌ରେ ଗେଟ୍‌ୱିକ୍‌ ଏୟାରପୋର୍ଟରେ ଗାଡି ପାର୍କ କରିବ ରୋବଟ୍‌ । ସେଥିପାଇଁ ଏଠାରେ ଗାଡି ବ୍ୟବହାରକାରୀଙ୍କୁ ଡ୍ରପ୍‌-ଅଫ୍‌ ଜୋନ୍‌ରେ ଗାଡି ଠିଆ କରିବାକୁ ପଡିବ । ଏହାଦ୍ୱାରା ରୋବଟ୍‌ ଏହାକୁ ଉଚିତ୍‌ ପାର୍କିଂ ସ୍ଥାନରେ ରଖିଦେବ । କମ୍ପାନି ଏହାର ନାମ ୱାଲେଟ୍‌ ରୋବଟ ରଖିଛି । ରୋବଟ୍‌କୁ ମୋବାଇଲ୍‌ ଆପ୍‌ ଜରିଆରେ ନିର୍ଦ୍ଦେଶ ଦିଆଯାଇପାରିବ । ଏହାକୁ ଜିପିଏସ୍‌ ଦ୍ୱାରା ବ୍ୟବହାର କରାଯାଇପାରିବ । ଜିପିଏସ୍‌ ରୋବର୍ଟକୁ ଠିକ୍‌ ସ୍ଥାନରେ ଗାଡି ରଖିବାରେ ସାହାଯ୍ୟ କରିବ । ରୋବର୍ଟରେ ଏପରି ଲିଫଫ ବ୍ୟବହାର କରାଯାଇଛି ଯାହା ଗାଡିକୁ ଉଠାଇ ସଠିକ୍‌ ସ୍ଥାନରେ ପାର୍କ କରିବା ନିମନ୍ତେ ଗାଡି ଠିଆ କରିଦିଏ । ଫ୍ରେଞ୍ଚ କମ୍ପାନି ସେଫନଲି ରୋବୋଟିକ୍‌ ଏହାକୁ ପ୍ରସ୍ତୁତ କରିଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ପାକିଂ ଏରିଆରେ ଗାଡି ଠିଆ କରି ନିର୍ଦ୍ଦିଷ୍ଟ ସ୍ଥାନ ଖୋଜୁଥାଏ । ସେହି ସମୟରେ ଏହି ରୋବଟ୍‌ ସାହାଯ୍ୟରେ ଗାଡିଗୁଡିକୁ ପାଖାପାଖି ଠିଆ କରିବାରେ ଏହା ସାହାଯ୍ୟ କରେ । ଗେଟ୍‌ୱିକ୍‌ ଏୟାରପୋର୍ଟରେ ରୋବଟ୍‌ର ପରୀକ୍ଷଣ ଆରମ୍ଭ କରାଯାଇଛି । କିନ୍ତୁ ବ୍ୟବହାର ପୂର୍ବରୁ ଏହାର ଭଲ ରୂପେ ଟ୍ରାଏଲ୍‌ ନିଆଯିବ । ପାର୍କିଂ ସ୍ଥାନ ମଧ୍ୟ ତିଆରି କରାଯିବ ଯାହା ଚିକ୍‌କଣ ଚଟାଣ ରହିବ ଫଳରେ ରୋବଟ୍‌ ଚାଲିବାରେ ସହଜସାଧ୍ୟ ହୋଇପାରିବ । ଏହି ପାର୍କିଂ ଏରିଆରେ ୧୦୦ଟି ଗାଡି ଏକକାଳୀନ ରହିପାରିବ । ଏହାର ଟ୍ରାଏଲ୍‌ ଫ୍ରାନ୍‌ସ ଓ ଜର୍ମାନୀରେ ହୋଇସାରିଛି ।

SBI_Festive_Digital Billboard