ଥଣ୍ଡା ଅଧିକ ହେଉଥିଲେ ଅଳ୍ପ ଗରମ ପାଣିରେ ଗାଧୋଇବା ଉଚିତ୍ କିନ୍ତୁ ଗରମ ପାଗରେ ଗରମ ପାଣିରେ ଗାଧୋଇଲେ ଚର୍ମରେ ଖରାପ ପ୍ରଭାବ ପଡିଥାଏ । ଗରମ ପାଣିରେ ଗାଧୋଇଲେ ଚର୍ମରୁ ପ୍ରାକୃତିକ ତୈଳାଂଶ ବାହାରିଯାଏ ଓ ଚର୍ମ ସଂପୂର୍ଣ୍ଣ ରୂପେ ରୁଖା ହୋଇଯାଏ । କିନ୍ତୁ ଆୟୁର୍ବେଦ ଅନୁସାରେ ଗାଧୁଆ ପାଣିରେ କିଛି ଜିନିଷ ମିଶାଇଲେ ଚେହେରା ନରମ ଓ ଚମକଦାର ହୋଇଥାଏ । ସେଗୁଡିକ ହେଲା –
* ଗ୍ରୀନ୍ ଟି- ଗୋଟିଏ ବାଲ୍ଟି ପାଣିରେ ଛଅଟି ବ୍ୟାଗ୍ ଛାଡିଦିଅନ୍ତୁ । ଏହାକୁ ୧୫- ୨୦ ମିନିଟ୍ ପାଇଁ ସେହିପରି ବୁଡାଇ ରଖିବା ଉଚିତ୍ । ଗ୍ରୀନ୍ ଟି ଆଣ୍ଟିଅକ୍ସିଡାଣ୍ଟ ଓ ଡିଟାକ୍ସିଫାୟର ଗୁଣରେ ଭରପୂର ହୋଇଥାଏ ତେଣୁ ଚର୍ମରେ ଫାଇନ୍ ଲାଇନ୍ କମିଯାଏ ଓ ସଫା ଦେଖାଯାଏ ।
* ଦୁU- ଗାଧୁଆ ପାଣିରେ ଦୁU ମିଶାଇବା ଉଚିତ୍ । ଦୁUରେ ଥିବା ଲାକ୍ଟିକ୍ ଏସିଡ୍ ମୃତ କୋଷଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରେ । ଫଳରେ ଚର୍ମ ସତେଜ ଓ ନରମ ହୋଇଯାଏ । ମୁହଁ ପୂର୍ବ ଅପେକ୍ଷା ଚମକି ଥାଏ ।
* ବେକିଂ ସୋଡା- ଗାଧୁଆ ପାଣିରେ ୪-୫ ଚାମଚ ବେକିଙ୍ଗ ସୋଡା ମିଶାଇ ବ୍ୟବହାର କରିବା ଉଚିତ୍ । ସୋଡାରେ ଥିବା ଏସିଡ୍ ଚର୍ମକୁ ସନ୍ତୁଳିତ ରଖିବା ସହ ଟାକ୍ସିନ୍ର ମାତ୍ରାରୁ ମୁକ୍ତି ଦେଇଥାଏ । ଯଦି ମୁଖରେ ଜଳାପୋଡା ହୁଏ ତେବେ ସୋଡା ଲଗାଇବା ଦ୍ୱାରା ଆରାମ ମିଳିବା ସହ ଚର୍ମ ନରମ ହୋଇଯାଏ । କଫିନ୍, ନିକୋଟିନ୍ ଓ ଅନ୍ୟାନ୍ୟ ଔଷଧର ପ୍ରଭାବ ଅନୁଭବ କରୁଛନ୍ତି ତେବେ ବେକିଂ ସୋଡା ମହୋଷଧୀ ରୂପେ କାର୍ଯ୍ୟ କରିବ ।
* କମଳା ଚୋପା- କମଳାର ଚୋପାକୁ ନଫୋପାଡି ଏହାକୁ ଗାଧୁଆପାଣିରେ ବ୍ୟବହାର କରିବା ଉଚିତ୍ । ଗୋଟେ ବାଲ୍ଟି ଉଷୁମ ପାଣିରେ କମଳା ଚୋପା ପକାଇ ୧୦ ମିନିଟ୍ ପରେ ଚୋପାକୁ କାଢି ଦେଇ ସେହି ପାଣିରେ ଗାଧୋଇଲେ ଚର୍ମ ସଂକ୍ରମଣର ଆଶଙ୍କା କମିଯାଏ ।
* ନିମ୍ବ ପତ୍ର- ଯଦି ଘର ପାଖରେ ନିମ୍ବ ଗଛ ଅଛି ତେବେ ୮-୧୦ଟି ପତ୍ରକୁ ଗିଲାସେ ପାଣିରେ ପକାଇ ଫୁଟାନ୍ତୁ । ସେହି ଫୁଟା ପାଣିରୁ ଗାଧୁଆ ପାଣିରେ ମିଶାଇ ଗାଧାନ୍ତୁ ଫଳରେ ସଂକ୍ରମଣର ସମ୍ଭାବନାକୁ ଦୂର କରାଯାଇପାରିବ । କୌଣସି ପ୍ରକାର ବିନ୍ଧା ହେଉଥିଲେ ମଧ୍ୟ କମିଯାଏ ।
* ଫିଟିକିରି- ଗାଧୋଇବା ସମୟରେ ବାଲ୍ଟିପାଣିରେ ଏକ ଚାମଚ ଫିଟିକିରି ଓ ଲୁଣ ମିଶାନ୍ତୁ । ଫଳରେ ରକ୍ତ ସଞ୍ଚାଳନ ଠିକ୍ ହେବା ସହ ଶରୀରର ଦରଜ କମିଯାଏ ।
Prev Post
Next Post