ଗୁଗଲ୍‌ ଲଞ୍ଚ କଲା ସପିଂ ଫିଚର

ଦୁନିଆର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍‌ ଏକ ନୂଆ ଫିଚର ଲଞ୍ଚ କରିଛି । ଅନ୍‌ଲାଇନ୍‌ ସପିଂ ଯାହାକୁ ଗୁଗଲ୍‌ ସପିଂ କୁହାଯାଉଛି । ଗୁଗଲ୍‌ ଏହି ଇ-କମର୍ସରେ ଯୋଗ ଦେବା ଦ୍ୱାରା ଫ୍ଲିପ୍‌କାର୍ଟ, ଆମାଜନ୍‌, ପେଟିଏମ୍‌ ଭଳି ଅନ୍‌ଲାଇନ୍‌ ସପିଂ କମ୍ପାନୀ ସହ କଡା ଟMର ଦେବ ବୋଲି କୁହାଯାଉଛି । ଗୁଗଲ୍‌ ସପିଂ ଦ୍ୱାରା ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଇ-କମର୍ସ କମ୍ପାନୀର ଦ୍ରବ୍ୟ ଓ ବେଷ୍ଟ ଅଫର ଏକା ସହ ଗୋଟିଏ ସ୍କ୍ରିନ୍‌ରେ ଜଣାପଡିବ । ଏହି ଫିଚର ଦ୍ୱାରା ଗ୍ରାହକଙ୍କୁ ସରଳ ଓ ୟୁଜର୍ସ ଫ୍ରେଣ୍ଡଲି ଦ୍ରବ୍ୟ ସେବା ମିଳିପାରିବ ବୋଲି କୁହାଯାଉଛି । ଏହାଛଡା ଏଥିରେ ମୋବାଇଲ୍‌ ଫୋନ୍‌, ସ୍ପିକର୍‌, ୱିମେନ୍‌ କ୍ଳୋଥିଙ୍ଗ, ବୁକ୍‌ସ୍‌, ୱାଚ୍‌, ହୋମ୍‌ ଡେକୋର, ପର୍‌ସନାଲ କେୟାର ଇତ୍ୟାଦି ସମସ୍ତ ଦ୍ରବ୍ୟ ଓ ସେବା ଉପଲବ୍ଧ ରହିବ । ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମଧ୍ୟ ରହିଛି ଯାହାକୁ କ୍ୟାମେରା ଫୋକସ୍‌ କରି ଗୁଗଲ୍‌ ଲେନ୍ସରେ ଦ୍ରବ୍ୟକୁ ସ୍କାନ୍‌ କରି ଦେଖାଯାଇପାରିବ । ଏହି ସେବାରେ ଯେ କେହି ବି ରିଜଷ୍ଟର କରିପାରିବେ । ସେବା ଗୁଡିକ ହିନ୍ଦୀ ଓ ଇଂରାଜୀ ଭାଷାରେ ଉଦ୍ଦିଷ୍ଟ ରହିବ । ଗୁଗଲ୍‌ ଉପସଭାପତି ସୁରୋଜିତ୍‌ ଚାଟାର୍ଜୀଙ୍କ ମତରେ, ଗୁଗଲ୍‌ ଦ୍ୱାରା ସୂଚନା ଗୁଡିକ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ । ଏଥିପାଇଁ ସପିଂ ଫିଚର ଭାରତୀୟ ଗ୍ରାହକ ଯୋଗାଇ ଦେଉଛୁ । ଯାହାଦ୍ୱାରା ଗ୍ରାହକ ମାନେ ସୁବିଧାରେ ବେଷ୍ଟ ଅଫର ଦ୍ରବ୍ୟର ଫାଇଦା ନେଇପାରିବେ ।