ଗୁଣକାରୀ ମଟର ଛୁଇଁ

ଥଣ୍ଡା ଋତୁ ଆରମ୍ଭ ହୋଇଗଲେ ମଟର ଛୁଇଁ ବଜାର ପ୍ରବେଶ କରେ ଓ ଗ୍ରୀଷ୍ମ ଋତୁ ଅଧା ହେବା ପର୍ଯ୍ୟନ୍ତ ଏହା ଉପଲବ୍ଧ ଥାଏ । ମଟର ଛୁଇଁରୁ ଆମେ ଅନେକ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉ କିନ୍ତୁ ଆମେ ଜାଣି ନ ଥାଉ ଏ ମଟର ଛୁଇଁ ଆମ ଶରୀର ପାଇଁ କେତେ ଉପକାରୀ !
* ମଟର ଛୁଇଁରେ କମ୍‌ ଫାଇବର, କମ୍‌ କ୍ୟାଲୋରୀ ଥିବା କାରଣରୁ ଏହା ଶରୀରର ଓଜନ କମାଇବାରେ ସାହାଯ୍ୟ କରେ ।
* ଯଦି ଆପଣ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ମଟର ଛୁଇଁର ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରର ଉର୍ଜା ବଢ଼ାଇବା ସହ ଏହା ଆପଣଙ୍କୁ ଦିନସାରା ଆକ୍‌ଟିଭ୍‌ ରଖେ।
*ଭରପୁରମାତ୍ରାରେ ଭିଟାମିନ୍‌ର ଉପସ୍ଥିତି କରଣରୁ ମଟର ଛୁଇଁ ଶରୀରର ହାଡ଼ଗୁଡିକୁ ମଜଭୁତ ରଖେ ।
*ଅଷ୍ଟିଓପୋରୋସିସ୍‌ ଭଳି ହାଡ଼ ଜନୀତ ଭୟଙ୍କର ରୋଗରୁ ରକ୍ଷା କରେ ମଟର ଛୁଇଁ ।
* ଶରୀରର କୋଲେଷ୍ଟେରଲ ନିୟନ୍ତ୍ରଣ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ମଟର ଛୁଇଁ ।