ଗୋଟିଏ ତାଲା, ୧୦୦ଚାବି

ଆପଣ ଅନେକ ପ୍ରକାର ତାଲା ଦେଖିଥିବେ । ପ୍ରତ୍ୟେକ ତାଲାର ଦୁଇଟି, ତିନୋଟି ବା ଚାରୋଟି ଚାବି ରହିଥାଏ । କିି;ୁ ଗୋଟିଏ ତାଲାର ୧୦୦ରୁ ଅଧିକ ଚାବି ଥିବା କେବେ ଶୁଣିଛନ୍ତି ? ଏଥିରେ ପ୍ରତିଦିନ ଦୁଇ ଶହରୁ ଅଧିକ ଥର ଅପରେଟ୍‌ କରାଯାଉଛି । ତେବେ ଆପଣଙ୍କୁ କହି ରଖୁଛୁ ଏହି ତାଲା କେଉଁଠାରେ ଅଛି । ଏହି ତାଲାର ୨ଶହରୁ ଅଧିକ ମାଲିକ ଅଛନ୍ତି । ଏହି ତାଲା ମଧ୍ୟପ୍ରଦେଶର ଖାଣ୍ଡୱା ରେଲେୱ ଜଙ୍କସନ୍‌ରେ ରେଲେୱ କର୍ମଚାରୀଙ୍କ ପାର୍କିଂ ଗେଟ୍‌ ବାହାରେ ଲାଗିଛି । ଏହାକୁ ଦୁନିଆର ସବୁଠାରୁ ଅଦ୍ଭୁତ ତାଲାର ମାନ୍ୟତା ଦିଆଯାଇପାରିବ । ଖଣ୍ଡୱା ରେଳଷ୍ଟେସନରେ କର୍ମଚାରୀଙ୍କ ପାଇଁ ଏକ ଦୁଇ ଚକିଆ ନିଃଶୁÂ ପାର୍କିଂ ସ୍ଥାନ ଥିଲା । ଯେବେ ଠାରୁ ସେ ସ୍ଥାନକୁ ଠିକାଦାରଙ୍କୁ ଦିଆଗଲା ସେବେଠାରୁ ଅନ୍ୟାନ୍ୟ ଲୋକଙ୍କ ଯିବା ଆସିବା ମଧ୍ୟ ଆରମ୍ଭ ହୋଇଗଲା ଓ ଗାଡ଼ି ଚୋରି ସମସ୍ୟା ଉପୁଜିଲା । ପରେ ସେ ସ୍ଥାନରେ ତାଲା ପକାଇବାକୁ ନିଷ୍ପତ୍ତି ନିଆଗଲା । ତାଲା ପକାଇବା ପରେ ପୁଣି ବିବାଦ ଦେଖାଦେଲା । ରେଲେୱ କର୍ମଚାରୀଙ୍କ ସିପଫ ବଦଳୁଥିବାରୁ ଚାବି କାହା ପାଖରେ ରହିବ ସେ ବିଷୟରେ ବିବାଦ ଆରମ୍ଭ ହେଲା । ଏଥିପାଇଁ ପ୍ରସ୍ତୁତ ହେଲା ୧୦୦ରୁ ଅଧିକ ତାଲା । ଷ୍ଟେସନ୍‌ରେ ଯେତେ କର୍ମଚାରୀ ଅଛନ୍ତି ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ ଚାବି ରହିଲା ।

SBI_Festive_Digital Billboard