ସିଗାରେଟ ପିଇଲେ ଓଠର ରଙ୍ଗ କଳା ପଡିଯାଏ । ଓଠର ରଙ୍ଗ ପୂର୍ବପରି ଗୋଲାପି କରିବାକୁ ଲୋକମାନେ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଆଜି କାଲି ଫଟା ଓଠ ମଧ୍ୟ ଅନେକ ଲୋକର ସମସ୍ୟାର କାରଣ ସାଜୁଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣା;ୁ ଏହିସବୁ ଘରୋଇ ଟି« ।
ବେକିଙ୍ଗ ସୋଡା- ବେକିଙ୍ଗ ସୋଡାରେ କିଛି ବୁନ୍ଦା ତେଲ ମିଶାଇ ଓଠରେ ଲଗାଇ ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହାକୁ ମାଲିସ କରନ୍ତୁ । ଏହି ସ୍କ୍ରବ ଆପଣଙ୍କ ଓଠକୁ ଗୋଲାପି କରିବାରେ ସାହାଯ୍ୟ କରିବ ।
ଚିନି- ଏକ ଚାମଚ ଚିନିରେ କିଛି ବୁନ୍ଦା ମହୁ ମିଶାଇ ଓଠର ମସାଜ କରନ୍ତୁ । ୨ ମିନିଟ ପରେ ଏହାକୁ ଉସୁମ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ପେଟ୍ରୋଲିୟମ ଜେଲି ଲଗାଇବା ଭୁଲନ୍ତୁ ନାହିଁ ।
ମହୁ- ୨ ଚାମଚ ଚିନିରେ ଅଧା ଚାମଚ ମହୁ, ଭର୍ଣ୍ଣିଲା ଏସେନ୍ସ ଏବଂ ଅଧା ଚାମଚ ଅଲିଭ ଅଏଲ ମିସାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କିଛି ସମୟ ପାଇଁ ଓଠରେ ମାଲିସ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଠ କୋମଳ ହେବ ।
କଫି ସ୍କ୍ରବ- କଳା ଓଠ ସମସ୍ୟାକୁ ଦୂର କରିବା ପାଇଁ କଫି ସ୍କ୍ରବ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । କଫି ମଞ୍ଜିକୁ ବାଟି ଦିଅ;ୁ ଏବଂ ଏଥିରେ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କିଛି ସମୟ ପାଇଁ ଓଠରେ ମାଲିସ କରନ୍ତୁ ଏବଂ ଉସୁମ ପାଣିରେ ଧୋଇ ଦିଅନ୍ତ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ଗୋଲାପି ରଙ୍ଗର ହୋଇଯିବ ।
ଅଲିଭ ଅଏଲ- ୧ ଚାମଚ ଚିନିରେ କିଛି ବୁନ୍ଦା ଅଲିଭ ଅଏଲ ମିଶାଇ ଓଠରେ ଲଗାଇବା ଦ୍ୱାରା ଫଟା ଓଠର ସମସ୍ୟା ଦୂର ହୋଇଥାଏ ।
Prev Post
Next Post