ସାମଗ୍ରୀ-
ହରଡ ଡାଲି- ୨ କପ, ସମ୍ବର ମସଲା- ୪, କଟା ବାଇଗଣ(ଛୋଟ ପିସ)- ୧ କପ, କଟା ଆଳୁ(ଛୋଟ ପିସ)- ୧ କପ, କଟା ପିଆଜ- ୧/୨ କପ, କଟା ଭେଣ୍ଡି- ୧୦-୧୨ ଟି, କଟା କଖାରୁ – ୧/୨ କପ, କଟା ସଜନା ଛୁଇଁ- ୧୦-୧୨ ଟି, ତେନ୍ତୁଳି ରସ- ୨ ଟେବୁଲ ଚାମଚ କିମ୍ବା ସ୍ୱାଦ ଅନୁସାରେ, ଘିଅ- ୩ ଟେବୁଲ ଚାମଚ, ସୋରିଷ- ୧ ଚା’ଚାମଚ, ଭୁର୍ସୁଙ୍ଗ ପତ୍ର- ୮-୧୦ ଟି, ଶୁଖିଲା ଲଙ୍କା- ୩ ଟି, କଟା ଧନିଆ ପତ୍ର- ୧/୪ କପ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ-
କରେଇରେ ବେଶୀ ପାଣି ଦେଇ ଡାଲି ଓ ସମ୍ବର ମସଲାକୁ ପକାଇ ସିଝାନ୍ତୁ । ଡାଲି ଭଲ ଭାବରେ ସିଝିବା ପରେ ତେ;ୁଳି ରସ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଆଳୁ ପକାଇ ଅଳ୍ପ ନରମ ହେବା ଯାଏଁ ସିଝାନ୍ତୁ । ତାପରେ କଟା ପିଆଜ ଓ ସବୁ ପରିବାକୁ ପକାନ୍ତୁ । ସବୁ ସିଝିଗଲା ପରେ ଓହ୍ଲାନ୍ତୁ । ଏକ ତଡକା ପ୍ୟାନ କିମ୍ବା କରେଇ ଗରମ କରନ୍ତୁ । ସେଥିରେ ଘିଅ ଗରମ କରି ସୋରିଷ, ଭୁର୍ସୁଙ୍ଗ ପତ୍ର ଓ ଶୁଖିଲା ଲଙ୍କା ପକାଇ ଫୁଟା;ୁ ଛ ପରେ ଏହାକୁ ସିଝା ଡାଲିରେ ପକାଇ ମିଶାନ୍ତୁ । ଏବେ ସମ୍ବରରେ ଧନିଆ ପତ୍ର ପକାଇ ପରସନ୍ତୁ ।
Prev Post
Next Post