ଘରେ ତିଆରି କରନ୍ତୁ ଆଇଲାଇନର୍‌

ମହିଳାମାନେ ବିଶେଷ କରି ନିଜକୁ ସୁନ୍ଦର ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାର ମେକଅପ୍‌ ବ୍ୟବହାର କରିଥାନ୍ତି । କିନ୍ତୁ ବିନା ଆଇ ମେକ୍‌ଅପ୍‌ରେ ସୁନ୍ଦର ଦେଖାଯିବା ଅସମ୍ଭବ । ତେଣୁ ମହିଳାମାନେ ଆଖିରେ ଆଇଲାଇନର୍‌ ଲଗାଇଥାନ୍ତି । କିନ୍ତୁ ସବୁବେଳେ ଆଖିରେ ଆଇଲାଇନର୍‌ ଲଗାଇବା କ୍ଷତିକାରକ । କାରଣ ସେଥିରେ ଥିବା କେମିକାଲ୍‌ ଆଖି ପାଇଁ କ୍ଷତିକାରକ । ସେଥିପାଇଁ ଆପଣ ଚାହିଁଲେ ଘରେ ମଧ୍ୟ ଆଇଲାଇନର୍‌ ତିଆରି କରିପାରିବେ । ଆଇଲାଇନର ତିଆରି ପାଇଁ ପ୍ରଥମେ ନଡିଆ ତେଲ ସହିତ ଲହୁଣୀ ଏବଂ କୋଇଲା ଗୁଣ୍ଡକୁ ଭଲଭାବେ ମିଶାଇ ଦିଅନ୍ତୁ । ଯେତେବେଳେ ଏହା ଗାଢ଼ା ଏବଂ ବହଳିଆ ହୋଇଯିବ, ଆପଣଙ୍କ ଆଇଲାଇନର ପ୍ରସ୍ତୁତ ହୋଇଯିବ । ଏହାପରେ ବ୍ରସ୍‌ ସାହାଯ୍ୟରେ ଆପଣ ଆଇଲାଇନର୍‌ ଲଗାନ୍ତୁ । ଯଦି ଆପଣ ବ୍ରାଉନ୍‌ କଲର ଆଇଲାଇନର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ କୋକୋ ପାଉଡର ମିଶାଇ ପ୍ରସ୍ତୁତ କରନ୍ତୁ ।