ଜାମ୍ମୁ-କାଶ୍ମୀର, ୮/୧୨: ଜାମ୍ମୁ-କାଶ୍ମୀରର ପୁଞ୍ଚଠାରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ୍ ଗଭୀର ଘାଟି ତଳକୁ ଖସିପଡି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହାତ ହୋଇଛନ୍ତି ।
ସୂଚନା ମୁତାବକ, ଏକ ଯାତ୍ରୀବାହୀ ବସ ଲୁରନଠାରୁ ପୁଞ୍ଚ ଅଭିମୁଖେ ଯାଉଥିଲା । ସକାଳ ୯.୧୫ ସମୟରେ ମଣ୍ଡି ନିକଟରେ ଭାରସାମ୍ୟ ହରାଇ ଗଭୀର ଘାଟି ତଳକୁ ଖସିପଡିଥିଲା ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ମୃତକଙ୍କ ଶବକୁ ବସରୁ ବାହାର କରାଯିବା ସହ ଆହାତଙ୍କୁ ମଣ୍ଡି ଜିଲ୍ଲାର ସବ୍ ଡିଷ୍ଟ୍ରିକଫ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ଥିବା ୫ ଜଣକୁ ପୁଞ୍ଚ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି ।
Prev Post
Next Post