ନୂଆଦିଲ୍ଲୀ,୨୪/୬ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ “ପ୍ରଜା ବେଦିକା” ବିଲଡିଂଙ୍କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପରେ ଆନ୍ଧ୍ର ପ୍ରଦେଶର ରାଜନୀତି ଏକ ପ୍ରକାର ସରଗରମ ହୋଇଯାଇଛି । ଜଗନ ଯେଉଁ ବିଲଡିଂ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେହି ବିଲଡିଂରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବାସ କରନ୍ତି । ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ଟିଡିପି ନେତାମାନେ ଅଭିଯୋଗ କରିଛନ୍ତି । ଜଗନଙ୍କ ଆଦେଶ ଅନୁସାରେ ମଙ୍ଗଳବାର ଠାରୁ ବିଲଡିଂ ଭାଙ୍ଗିବା କାମ ଆରମ୍ଭ ହେବ । ଏହାର କିଛି ଦିନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀଙ୍କୁ ଚିଠି ଲେଖି ପ୍ରଜା ଦେବିକା କୁ ବିରୋଧି ଦଳ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଦାବି କରିଥିଲେ ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଶନିବାର ଦନ ଚନ୍ଦ୍ରବାବୁ ନାଇଡୁଙ୍କ ଆମରାବତୀରେ ଥିବା ଘର “ପ୍ରଜା ବେଦିକା”କୁ ନିଜ ଅଧିନକୁ ନେଇଥିଲେ । ଏହାକୁ ଟିଡିପି ବିରୋଧ କରି କହିଛି ଯେ ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ଏପରି କରୁଛି । ସରକାର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସଦଭାବନା ଦେଖାଉ ନାହିଁ । ତାଙ୍କ ସାମାନ ସବୁକୁ ତାଙ୍କ ଘରୁ ଫିଙ୍ଗି ଦିଆଗଲା, ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଟିଡିପି ନେତା କହିଛନ୍ତି ।